fbpx

ଦାଢ଼ି କାଟିଲେ ହିଁ ବାହା ହେବି, ନହେଲେ ହେବିନି: ମଙ୍ଗେତର ଜିଦ୍ ଯୋଗୁଁ ଚିନ୍ତାରେ ଯୁବକ

ନୂଆଦିଲ୍ଲୀ: ଲଣ୍ଡନରୁ ଏକ ଅଜବଗଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ବାହାଘର ପୂର୍ବରୁ ନିଜ ମଙ୍ଗେତର ଆଗରେ ଏକ ଅଦ୍ଭୁଦ ସର୍ତ୍ତ ରଖିଛନ୍ତି । ଯୁବତୀ ଜଣକ କହିଛନ୍ତି ଯେ, ଯଦି ଦାଢ଼ି ନକାଟ, ତେବେ ମୁଁ ତମକୁ ବାହା ହେବିନି । ଏହି ସର୍ତ୍ତକୁ ନେଇ ଯୁବକ ଚିନ୍ତାରେ ପଡ଼ିଛନ୍ତି, କାରଣ ତାଙ୍କୁ ଦାଢ଼ି ସହିତ ନିଜ ଲୁକ୍ ବହୁତ ପସନ୍ଦ ଆସିଥାଏ ।

ରିପୋର୍ଟ ମୁତାବକ, ଯୁବତୀ ଜଣକ ନାଁ ନକହି ଏକ ୱେବସାଇଟରେ ମଙ୍ଗେତର ଓ ନିଜ ମଧ୍ୟରେ ହୋଇଥିବା ଏହି ସର୍ତ୍ତକୁ ସେୟାର କରିଥିଲେ । ଯୁବତୀଙ୍କ କହିବା ମୁତାବକ, ସେ ଓ ତାଙ୍କ ମଙ୍ଗେତର ଗତ ୩ ବର୍ଷ ଧରି ରିଲେସନସିପରେ ଅଛନ୍ତି । ଲକଡାଉନରେ ତାଙ୍କ ମଙ୍ଗେତର ଦାଢ଼ି ବଢ଼ାଇଥିବା ବେଳେ ଏବେ କାଟିବାକୁ କହିବାକୁ ସେ ମନା କରୁଛନ୍ତି । ଦାଢ଼ିକୁ ନେଇ ଝଗଡ଼ା ଏତେ ଆଗକୁ ବଢିଗଲା ଯେ ସେଦୁହେଁ ଏବେ କଥା ହେଉନାହାନ୍ତି ।

ଯୁବତୀ ପୁଣି କହିଛନ୍ତିି ଯେ, ‘ଦାଢ଼ି ଯୋଗୁଁ କିଛି ଖାସ୍ ସମସ୍ୟା ନାହିଁ । ମୁଁ କେବଳ ବାହାଘର ଦିନ ଦାଢ଼ି କାଟିବାକୁ କହୁଛି । କିନ୍ତୁ ସେ ଏହାକୁ ନେଇ ଖରାପ ଭାବୁଛନ୍ତି । ବାହାଘର ଦିନ ଦାଢ଼ିରେ ଫଟୋ ଉଠାଇଲେ ଭଲ ଆସିବନାହିଁ । ସମସ୍ତେ ନିଜ ବାହାଘର ଦିନ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି ।’

Get real time updates directly on you device, subscribe now.