ପୁରୀ: ୬ ମାସରୁ ରେଲୱେ ଷ୍ଟେସନରେ ଏବଂ ଟ୍ରେନ ଜନିତ ଦୁର୍ଘଟଣା ଖୁବ ବଢିବାରେ ଲାଗିଛି । ବର୍ତ୍ତମାନ ପୁରୀର ରେଲୱେ ଷ୍ଟେସନରେ ମଧ୍ୟ ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି । ଷ୍ଟେସନର କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କୋଚିଂ ଡିପୋରେ ଥିବା ଏକ ଟ୍ରେନରେ ନିଆଁ ଲାଗି ଯାଇଥିବା ଜାଣିବାକୁ ମିଳିଛି । ଟ୍ରେନରେ ଥିବା ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିଥିବା ଟ୍ରେନର ବଗିକୁ ଅନ୍ୟ ବଗିଠାରୁ ଅଲଗା କରାଯାଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ନିଆଁକୁ ପ୍ରାୟତଃ ଆୟତ୍ତ କରାଯାଇଛି । ତେବେ ଏଭଳି ଏକ ଅଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ରେଲୱେ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।