fbpx

ରାଜ୍ୟରେ ଫିଲ୍ମ ଓ ସିରିଏଲ୍ ସୁଟିଂରେ ଲାଗିଲା ରୋକ୍

ଭୁବନେଶ୍ୱର, ୧୬/୦୫(ଓଡିଶା ଭାସ୍କର) : ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଆଉ ଏକ ନିଷ୍ପତି ନେଇଛନ୍ତି । ରାଜ୍ୟରେ କୋଭିଡ୍ ନିୟମରେ ଆଶିଂକ ପରିବର୍ତ୍ତନ ଅଣାଯାଇଛି । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ୍ କମିସନର ରାଜ୍ୟରେ ହେଉଥିବା ଫିଲ୍ମ ଏବଂ ସିରିଏଲ୍ ସୁଟିଂରେ ରୋକ୍ ଲଗାଇଛନ୍ତି । ସେ କହିଛନ୍ତି କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଏପରି ନିଷ୍ପତି ଗ୍ରହଣ କରାଯାଇଛି । ଏଣିକି ଘର ଭିତରେ କିମ୍ବା ବାହାରେ କୌଣସି ଫିଲ୍ମ କିମ୍ବା ସିରିଏଲ୍ ହୋଇ ପାରିବ ନାହିଁ ।

ସୁଚନାଯୋଗ୍ୟ, ରାଜ୍ୟରେ ଆଜି ୧୧ ହଜାର ୭୩୨ ନୁଆ ମାମଲା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରେ ସବୁଠାରୁ ଅଧିକ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ଆଜି ୧୭୧୦ ନୁଆ ମାମଲା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୫୬୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୧୬୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୧୨,୨୨୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୦୭,୪୦୩ ଥିବା ବେଳେ ୫,୦୨,୪୫୫ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ୧୯ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.