fbpx

ପୁଣି ବଢ଼ିଲା ଲକଡାଉନ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୬ା୫ (ଓଡିଶା ଭାସ୍କର): ପୁଣି ଏକ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ । ଦିଲ୍ଲୀରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିଛନ୍ତି । ପୂର୍ବରୁ ଦିଲ୍ଲୀରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଥିଲା । ତେବେ ଆଜି ପୁଣି ୭ ଦିନ ପାଇଁ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭ୍ୟାକ୍ସିନର ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକଡାଉନର ସୁଫଳ ଦିଲ୍ଲୀରେ ଦେଖିବାକୁ ମିଳିଛି । ଗତ ମାସ ୨୬ ତାରିଖ ଠାରୁ ନୂଆ ମାମଲା ଧୀରେଧୀରେ କମୁଥିବା ଦେଖିବାକୁ ମିଳୁଛି । ଆସନ୍ତା ସପ୍ତାହରେ ସଂକ୍ରମଣ ହ୍ରାସ ହେବା ନେଇ ଆଶା କରାଯାଉଛି । ଦିଲ୍ଲୀର ଅବସ୍ଥା ଧୀରେଧୀରେ ଟ୍ରାକକୁ ଫେରିବା ପରେ ପୁଣି ସମସ୍ତ କଟକଣା ହଟାଇ ଦିଆଯିବ ବୋଲି କେଜରିୱାଲ କହିଥିଲେ ।

Get real time updates directly on you device, subscribe now.