fbpx

ଆପଣଙ୍କ ପାସୱାର୍ଡ ହ୍ୟାକ ହୋଇଯାଇନି ତ? ଏଠାରେ ଜାଣନ୍ତୁ ସବୁଠାରୁ ସହଜ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଡାଟା ଲିକ ହେବାରେ ଅନେକ ଖବର ସାମ୍ନାକୁ ଆସୁଛି । ଏଥିରୁ ବଞ୍ଚିବା ପାଇଁ ଆପଣ ପାସୱାର୍ଡରେ ସ୍ପେଶାଲ କ୍ୟାରେକ୍ଟର୍ସ ଏବଂ ନମ୍ବରକୁ ସାମିଲ କରିବା ଉତ୍ତମ ରହିବ । ଗତ କିଛି ସମୟରେ ଡାଟା ଲିକର ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ୟୁଜର୍ସଙ୍କ ଡାଟାକୁ ଅତି ସହଜରେ ହ୍ୟାକର୍ସମାନେ ଗାୟବ କରିନେଇଛନ୍ତି ।

ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ୱାଟ୍ସଆପକୁ ନେଇ ମାଇକ୍ରୋ-ବ୍ଲଗିଙ୍ଗ ସାଇଟ ଏକ୍ସ ମଧ୍ୟ ଡାଟା ଲିକ ହେବାର କଥା ସାମ୍ନାକୁ ଆସିଛି । ଟେକ୍ନୋଲୋଜୀ ଯେତେ ଆଡଭାନ୍ସ ହେଉଛି ସେହିପରି ହ୍ୟାକର୍ସ ମଧ୍ୟ ୟୁଜର୍ସଙ୍କ ଡାଟା ଠକେଇ କରିବା ପାଇଁ ରାସ୍ତା ବାହାର କରୁଛନ୍ତି । ଅଧିକାଂଶ ଲୋକଙ୍କୁ ଏହି ବିଷୟରେ ଜଣାନାହିଁ ଯେ, ତାଙ୍କ ଡାଟା ଚୋରି ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

HIBP (Have I Been Pwned) ସାଇଟକୁ ଯାଇ ଆପଣ ଜାଣିପାରିବେ ଯେ, ଆପଣଙ୍କ ଡାଟା କେବେ ଲିକ ହୋଇଛି ନା ନାହିଁ । ଏହା ଜାଣିବା ପାଇଁ ଆପଣଙ୍କୁ ନିଜର ଇମେଲ ଆଡ୍ରେସ ଏଣ୍ଟର କରିବାକୁ ପଡିବ । ଏହାପରେ ଯଦି ଆପଣଙ୍କ ଇମେଲ ଆଡ୍ରେସ କେବେ ଲିକ ହୋଇଥିଲେ, ଆପଣଙ୍କୁ ଏହି ସାଇଟ ମାଧ୍ୟମରେ ଜଣାପଡିଯିବ ।

ୟୁଜର୍ସ ଯଦି ୱେବ ବ୍ରାଉଜର ଗୁଗୁଲ କ୍ରୋମର ୟୁଜ କରିନ୍ତି, ତେବେ Saved Passwords ଫିଚରରୁ ଏହି କଥା ଜାଣିପାରିବେ ଯେ, କିଏ ଆପଣଙ୍କ ଡାଟା ଲିକ କରିଛି କି ନାହିଁ । ଏଥିପାଇଁ ଗୁଗୁକ କ୍ରୋମର ସେଟିଙ୍ଗକୁ ଯାଇ Advancedରେ କ୍ଲିକ କରିବାକୁ ପଡିବ, ପୁଣି Passwords ଉପରେ କ୍ଲିକ କରିବାକୁ ପଡିବ । ଏହାପରେ Saved Passwords ସେକ୍ସନକୁ ଯାଇ Compromised Passwords ଉପରେ କ୍ଲିକ କରିବାକୁ ପଡିବ । ବର୍ତ୍ତମାନ ଆପଣଙ୍କୁ ସେହି ପାସୱାର୍ଡର ଲିଷ୍ଟ ଦେଖାଯିବମ ଯାହା କେବେ ଲିକ ହୋଇଥିଲା ।

Get real time updates directly on you device, subscribe now.