ସାହୁ ଭାଉଜଙ୍କ ନାଁରେ ଏତଲା; IICଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ସେକ୍ସନ ୨୯୬ ଧାରାରେ ସାହୁ ଭାଉଜଙ୍କ ବିରୋଧରେ ଲଙ୍ଗଳା ନାଚ ଓ ଗୀତ ପ୍ରଦର୍ଶନ କରିବା ଅଭିଯୋଗ; ଯାତ୍ରା ପାର୍ଟି ବିରୋଧରେ ମଧ୍ୟ ମାମଲା ରୁଜୁ

ଭୁବନେଶ୍ୱର- ଭାଗ୍ୟଶ୍ରୀ ସାହୁ ଯାହାଙ୍କୁ ଓଡିଶାର ଯୁବପିଢି ସାହୁ ଭାଉଜ ନାଁରେ ଜାଣନ୍ତି, ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ମାଲକାନଗିରି ପୋଲିସ ସାହୁ ଭାଉଜଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଜିଲ୍ଲାର କୋଟାମେଟା ଅଞ୍ଚଳରେ ହେଉଥିବା ଯାତ୍ରାରେ ଆଇଆଇସିଙ୍କ ଆଗରେ ଲଙ୍ଗଳା ନାଚ କରିବା ପରେ ଏହି ଏତଲା ହୋଇଛି ।

ସୂଚନା ମୁତାବକ, ସେକ୍ସନ ୨୯୬ ଧାରାରେ ସାହୁ ଭାଉଜଙ୍କ ବିରୋଧରେ ଲଙ୍ଗଳା ନାଚ ଓ ଗୀତ ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି । ପୋଲିସ ଭାଉଜଙ୍କ ସହ ଯାତ୍ରା ପାର୍ଟି ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ।

ଏଥିସହ ଯାତ୍ରା ଦେଖି ସାହୁ ଭାଉଜଙ୍କ ଅଶ୍ଳୀଳ ନାଚରେ ପେଣ୍ଡାଲ କଡରେ ବସି ହସୁଥିବା ମାଥିଲି ଥାନା ଆଇଆଇସି ଦେବବ୍ରତ ମଲ୍ଲିକଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ମାଲକାନଗିରି ଏସପି ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କାହିଁକି ନିଆଗଲା କାର୍ଯ୍ୟାନୁଷ୍ଠାନ; ନିକଟରେ ମାଥିଲି ଥାନା ଅଧୀନ କୋଟାମେଟା ଅଞ୍ଚଳରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ତରଫରୁ ଯାତ୍ରା ପରିବେଷଣ ହେଉଥିଲା । ଏହି ଯାତ୍ରାକୁ ଆଇଆଇସିଙ୍କୁ ନିମନ୍ତ୍ରିତ କରାଯାଇଥିଲା ।

ଆଇଆଇସି ପେଣ୍ଡାଲ କଡ ଆଗଧାଡିର ସିଟରେ ବସି ଯାତ୍ରା ଦେଖିଥିଲେ । ଯାତ୍ରାରେ ଆଇଟମ ଡ୍ୟାନ୍ସ ଆରମ୍ଭ ହୋଇଥିଲା । ନିଜ ଲଙ୍ଗଳା ନାଚକୁ ନେଇ କୁଖ୍ୟାତି ଅର୍ଜନ କରିଥିବା ସାହୁ ଭାଉଜ ଖାଲି ଅଶ୍ଳୀଳ ନାଚ କରିବା ସହ ଆଇଆଇସିଙ୍କ ଆଗରେ ନିଜ ବ୍ରା ତଳକୁ ଟାଣି ତାଙ୍କ ସ୍ତନ ଦେଖାଇଥିଲେ ।

ଏହାକୁ ଦେଖି ଆଇଆଇସି ଉପଭୋଗ କରିବା ସହ ହସୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଭିଡିଓ ଭାଇରାଲକୁ ଦେଖି ସାହୁ ଭାଉଜଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଆଇଆଇସିଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି ।