ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନଙ୍କ ଜୀବନ ବିପଦରେ ପଡିଯାଇଛି। ବର୍ତ୍ତମାନ ମିଳିଥିବା ସୂଚନାନୁଯାୟୀ, ଅଭିନେତା ଶାହରୁଖ ଖାନଙ୍କୁ ରାୟପୁରରେ ଫେଜାନ ଖାନ ନାମକ ଜଣେ ବ୍ୟକ୍ତି ଫୋନ କରି ଜୀବନରୁ ମାରିଦେବାକୁ ଧମକ ଦେଇଛି। ବର୍ତ୍ତମାନ ଏହି ମାମଲାକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ଏହି ମାମଲାରେ ଦାଖଲ ହୋଇଥିବା ଏଫଆଇଆର କପି ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କୁ ମିଳିଥିବା ଧମକ ମାମଲାରେ ଅଭିଯୋଗ ୫ ନଭେମ୍ବର ୨୦୨୪ ଅର୍ଥାତ ମଙ୍ଗଳବାର ଦିନ ଦାଖଲ ହୋଇଥିଲା।
ଏଫଆଇଆରରେ ଧମକ ବିଷୟରେ ସୂଚନା ଦିଆଯାଇଛି। ଏଥିରେ ଧମକ ଦେଇଥିବା ବ୍ୟକ୍ତି ଜଣକ କହିଛି ଯେ, ଶାହରୁଖ ଖାନ ମନ୍ନତ ବ୍ୟାଣ୍ଡଷ୍ଟାଣ୍ଡର ନା? ସେ ଯଦି ମୋତେ ୫୦ ଲକ୍ଷ ଟଙ୍କା ଦେବେ ନାହିଁ ତେବେ ମୁଁ ତାଙ୍କୁ ମାରିଦେବି। ଯେଉଁ ବ୍ୟକ୍ତି ଏହି ଫୋନ କଲ ରିସିଭ କରିଥିଲେ, ସେ ସେହି ବ୍ୟକ୍ତିଙ୍କୁ ପଚାରିଥିଲେ ଯେ, ସେ କିଏ? ଏବଂ କେଉଁଠାରୁ କହୁଥିଲେ, ସେହି ବ୍ୟକ୍ତି ଉତ୍ତରରେ କହିଥିଲେ ଯେ, ଏହା ମ୍ୟାଟର କରୁନି। ଲେଖିବାକୁ ଚାହୁଁଛନ୍ତି ଯଦି ମୋ ନାମ ହିନ୍ଦୁସ୍ତାନୀ ଲେଖି ଦିଅ। ଏହାପରେ ସେ ଫୋନ କାଟିଦେଇଥିଲେ।
ଏଫଆଇଆର କପି ମୁତାବକ, ଏହି ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୮ (୪), ୩୫୧(୩), ୩୫୧ (୪) ଅନୁଯାୟୀ, ମାମଲା ରୁଜୁ କରାଯାଇଛି।