fbpx

(Video) Electric Bike ସୋ-ରୁମରେ ଲାଗିଗଲା ନିଆଁ: ୮ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ଇଲେକ୍ଟ୍ରିକ୍ ବାଇକକୁ ନେଇ ବଢୁଛି ଅଡୁଆ । ବାଇକ ଗୁଡିକ ବ୍ଲାଷ୍ଟ କରୁଥିବା ଖବର ପ୍ରକାଶ ପାଇବା ପରେ ଏବେ ଆସିଛି ଆଉ ଏକ ଖବର । ଏକ ଇଲେକ୍ଟ୍ରିକ ବାଇକ ସୋ-ରୁମରେ ହଠାତ ନିଆଁ ଲାଗିଯାଇଥିବା ନେଇ ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୮ ଜଣ କର୍ମଚାରୀ ନିଆଁରେ ଜୀବନ୍ତ ଜଳି ଯାଇଥିବା ଜାଣିବାକୁ ମିଳିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ, ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଏକ ବାଇକ୍ ସୋ-ରୁମରେ ନିଆଁ ଲାଗିଯାଇଛି । ପାସପୋର୍ଟ ଅଫିସ ପାଖରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିବା ଖବର ମିଳିଥିଲା । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ସୋ-ରୁମର ଉପରେ ଥିବା ଏକ ହୋଟେଲରେ ଅନେକ ଲୋକ ଫସି ଯାଇଥିଲେ । ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବ୍ୟାଟେରୀ ଚାର୍ଜରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଏ ନେଇ ହାଇଦ୍ରାବାଦ ନର୍ଥ ଜୋନ ଡିସିପି ସୂଚନା ଦେଇଛନ୍ତି ।

ସେପଟେ ହାଇଦ୍ରାବାଦ କମିଶନର ସି ଭି ଆନନ୍ଦ କହିଛନ୍ତି, ତଳ ମହଲାରେ ନିଆଁ ଲାଗିଥିଲେ ବି ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁର ପ୍ରଭାବ ରହିଛି । ସେଠାରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି । ନିଆଁର ଭୟାବହତା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି ।

Get real time updates directly on you device, subscribe now.