ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ; ଅକ୍ସିଜେନ ସିଲିଣ୍ଡରରେ ଲାଗିଗଲା ନିଆଁ

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଁ

ଉମରକୋଟ: ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଅକ୍ସିଜେନ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି। ସବୁଠୁ ଆଶ୍ୱସ୍ତିକର ଘଟଣା ହେଉଛି, ଏହି ହସ୍ପିଟାଲରେ ଥିବା ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଏହାପରେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ।