fbpx

ହାଇଦ୍ରାବାଦରେ କବାଡ଼ିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ଭୋଇଗୁଡ଼ା ଏକ କବାଡ଼ିଆ ଗୋଦାମରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଗୋଦାମରେ ନିଆଁ ଲାଗିବା କାରଣରୁ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତ୍ୟୁବରରଣ କରିଥିବା ସମସ୍ତ ଲୋକ ବିହାରର ଥିଲେ ଓ ସେଠାରେ କବାଡ଼ିଆ ଗୋଦାମରେ କାମ କରୁଥିଲେ । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହାଇଦ୍ରାବାଦ ଡିସିପି ସେଣ୍ଟ୍ରାଲ ଜୋନର କହିବା ମୁତାବକ, ସମସ୍ତ ୧୧ ଶବକୁ ବାହାର କରାଯାଇଛି । ସେମାନଙ୍କୁ ମେଡିକାଲକୁ ନିଆଯାଇଛି, ଯେଉଁଠାରେ ଶବ ବ୍ୟବଚ୍ଛେଦ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଛି । ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ବିହାରର ଥିଲେ । ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.