fbpx

ରାଜଧାନୀର ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୭ ।୧୦(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ପେଟ୍ରୋଲ ପମ୍ପରେ ଲାଗିଲା ଭୟଙ୍କର ଅଗ୍ନିକାଣ୍ଡ । ଗଭର୍ଣ୍ଣର ହାଉସ ପାଖ ପେଟ୍ରୋଲ ପମ୍ପରେ ଲାଗିଛି ଏହି ନିଆଁ । ଭୀଷଣ ଭାବେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଉଠିଛି ପେଟ୍ରୋଲ ପମ୍ପ । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ୟମ ଜାରି ରଖିଛି । ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ତେବେ ଏକ ଗ୍ୟାସ ଟାଙ୍କି ଫାଟି ଏପରି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ହେଲେ ଏହାଦ୍ୱାରା କ’ଣ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନି।

Get real time updates directly on you device, subscribe now.