fbpx

ହୁତହୁତ୍ ହୋଇ ଜଳିଲା ବ୍ୟାଟେରି ଗାଡ଼ି ଦୋକାନ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ବ୍ୟାଟେରି ଗାଡ଼ି ଦୋକାନରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି । ନିଆଁ ଲାଗିଯାଇ ସଂପୂର୍ଣ୍ଣ ବ୍ୟାଟେରି ଗାଡ଼ି ଦୋକାନ ହୁତ୍ ହୁତ୍ ହୋଇ ଜଳୁଛି । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ିମଟର ଅଟକିରହିଛି ।

ସୂଚନା ଅନୁଯାୟୀ, କଟକ ରୋଡସ୍ଥିତ ଝାରପଡ଼ା ଅଞ୍ଚଳରେ ଥିବା ବ୍ୟାଟେରୀ ଗାଡି ଦୋକାନରେ ନିଆଁ ଲାଗିଯାଇଛି । ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଘଟଣାସ୍ଥଳରେ, ୨ଟି ଅଗ୍ନିଶମର ୨୦ରୁ ଅଧିକ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଅନ୍ୟପଟେ ଆଜି ବାହାନଗା ଏନଏଚ୍ ୨୦ର ରାସ୍ତା ମଝିରେ କାର ଜଳିଯାଇଛି । ଏଥିରେ ଡ୍ରାଇଭର ସୁରକ୍ଷିତ ଅଛି । ତେବ କାରରେ କେଉଁ କାରଣରୁ ନିଅାଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି କାରରୁ ନିଆଁ  ଲିଭାଇଥିଲା ।

Get real time updates directly on you device, subscribe now.