fbpx

(Video)ହୁତୁ ହୁତୁ ହେଇ ଜଳିଲା ମାର୍କେଟ ବିଲଡିଙ୍ଗ: ୬ ମୃତ, ଅନେକ ଗୁରୁତର; ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ବହୁ ମହଲା ବିଶିଷ୍ଟ ବ୍ୟବସାୟିକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଛି। ମୃତମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ। ଘଟଣା ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଛି। ସେ କହିଛନ୍ତି ଅନୁସନ୍ଧାନ ପରେ ମୃତ୍ୟୁର କାରଣ ଜଣା ପଡିବ, କିନ୍ତୁ ଶ୍ୱାସରୁଦ୍ଦ ହେତୁ ମୃତ୍ୟୁ ହେଇଥିବାର ସମ୍ଭାବନା ଅଧିକ।

ଅଧିକାରୀ କହିଛନ୍ତି ଯେ ୧୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୬ଜଣ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ, ବାକି ଚିକିତ୍ସା ଚାଲିଛି। ଅଧିକାରୀ କହିଛନ୍ତି ଯେ ପୀଡିତମାନେ ତେଲେଙ୍ଗାନାର ୱାରଙ୍ଗାଲ ଏବଂ ଖମ୍ମମ ଜିଲ୍ଲାର ବାସିନ୍ଦା। ସୂଚନାମୁତାବକ ଏହା ଏକ ବ୍ୟବସାୟିକ କମ୍ପ୍ଲେକ୍ସର କାର୍ଯ୍ୟାଳୟ ଥିଲା।ଅଗ୍ନିଶମ କର୍ମଚାରୀ ସାତ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବହୁ କାର୍ଯ୍ୟାଳୟ ଥିବା ଏହି କୋଠାରେ ରାତି ପ୍ରାୟ ୭.୩୦ ସମୟରେ ନିଆଁ ଲାଗିଯାଇଥିଲା। ଏହା ପରେ ୧୪ ଟି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ମଧ୍ୟରାତ୍ରି ପର୍ଯ୍ୟନ୍ତ ବିଲଡିଂରୁ ବହୁ ଧୂଆଁ ବାହାରୁଥିଲା ଏବଂ ଏହି କାରଣରୁ ନିଆଁକୁ ଆୟତ୍ତ କରିବା କଷ୍ଟସାଧ୍ୟ ହୋଇପଡିଥିଲା।

Get real time updates directly on you device, subscribe now.