fbpx

ଜେଲରେ ଭୟାବହ ଅଗ୍ନିକାଣ୍ଡ; ଜୀଅନ୍ତା ଜଳିଗଲେ ୪୧ କଏଦୀ

ନୂଆଦିଲ୍ଳୀ: ଜେଲର ଚାରିକାନ୍ଥ ମଧ୍ୟରେ ବନ୍ଦ ଥିବା ୪୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଥିବା ଏକ ଜେଲରେ ନିଆଁ ଲାଗିଯିବାରୁ ୪୧ ଜଣ କଏଦୀଙ୍କ ପ୍ରାଣହାନି ଘଟିଛି । ଏହା ସହିତ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଏହା ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗାର୍ଡ ମାନେ ଜେଲ ଦ୍ୱାର ଖୋଲିବାକୁ ପ୍ରୟାସ କରିଥିଲେ ହେଁ ନିଆଁର ପ୍ରକୋପ ଏତେ ଅଧିକ ରହିଥିଲା କି ୪୧ ଜଣ ପ୍ରାଣ ହରାଇଥିଲେ ।

ସିସି ଟିଭି ଫୁଟେଜରୁ ମିଳିଥିବା ସୂଚନା ଅନୁଯାୟୀ ଦିନ ୧.୪୫ ମିନିଟରେ ଜେଲରେ ନିଆଁ ଲାଗି ଯାଇଥିଲା । ଗାର୍ଡ ମାନେ ନିଆଁକୁ ଆୟତ କରିବାକୁ ପ୍ରୟାସ କରାଯାଇଥିଲେ ହେଁ ୪୧ ଜଣଙ୍କ ପ୍ରାଣହାନି ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ପର୍ତ୍ତୁଗାଲ ଏବଂ ଜଣେ ସାଉଥ୍ ଆଫ୍ରିକାର ନାଗରିକ ରହିଥିବା ଜଣାପଡିଛି ।

Get real time updates directly on you device, subscribe now.