ନୂଆବର୍ଷରେ ରକ୍ତଛିଟା; ବାରରେ ବର୍ଷିଲା ଗୁଳି, ୧୦ ମୃତ

ନୂଆଦିଲ୍ଲୀ: ବାରରେ ଗୁଳିମାଡ଼ । ବାର ମାଲିକ ସମେତ ୧୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

ଗୁଳିମାଡ଼ କରିଥିବା ବ୍ୟକ୍ତି ବାରରେ ଅତିଥି ଭାବେ ଯୋଗ ଦେଇଥିଲେ । ଗୁଳିମାଡ଼ ପରେ ସନ୍ଦିଗ୍ଧ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଗୁଳିମାଡ଼ରେ ଶିଶୁ ମୃତ

ବୁଧବାର ବିଳମ୍ବିତ ରାତିରେ ୟୁରୋପ ପଶ୍ଚିମ ମୋଣ୍ଟେନେଗ୍ରୋ ସହର ସ୍ଥିତ ଏକ ବାରରେ ଗୁଳିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି ।

ନୂଆବର୍ଷ ପାଳନ ସମୟରେ ବାରରେ କୌଣସି ବ୍ୟକ୍ତିଗତ ବିବାଦକୁ ନେଇ ବାର ମାଲିକ ଏବଂ ୨ ଶିଶୁଙ୍କ ସମେତ ୧୦ ଜଣଙ୍କୁ ଗୁଳି କରିଥିଲେ ସନ୍ଦିଗ୍ଧ ଯୁବକ । ଏଥିରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ଥିଲେ । ବର୍ତ୍ତମାନ ୪ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସନ୍ଦିଗ୍ଧ ଯୁବକ କିଏ ?

ପାର୍ଟିରେ ଅତିଥି ଭାବେ ଯୋଗ ଦେଇଥିବା ଉକ୍ତ ଶୁଟର ୪୫ ବର୍ଷୀୟ ଏକୋ ମାର୍ଟିନୋୱିକ୍ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ନୂଆବର୍ଷ ଥିବାରୁ ବାରରେ ଅନ୍ୟ ଅତିଥିଙ୍କ ସହ ସେ ଦିନରେ ମଜା ମସ୍ତି କରୁଥିଲେ । ସେଠାରେ କିଛି ବ୍ୟକ୍ତିଙ୍କ ସହ ଝଗଡ଼ା ପରେ ସେ ଘରକୁ ଫେରି ଆସି ଥିଲେ । ଘରୁ ସେ ନିଜ ହଥିଆର ଆଣି ପୁଣି ବାରକୁ ଆସି ଆଖିବୁଜା ଗଳିମାଡ଼ କରିଥିଲେ ।

ଶୁଟର କାର ମିଳିଲା:

ଶୁଟରକୁ ଧରିବା ପାଇଁ ପୋଲିସ ସହରର ସମସ୍ତ ଯାତାୟାତ ପଥ ଅବରୋଧ କରିଥିବା ଜଣାପଡ଼ିଛି । ସମସ୍ତ ସମ୍ଭାବ୍ୟ ସ୍ଥାନରେ ପୋଲିସର ଚଢ଼ାଉ ଜାରି ରହିଛି । ଏଥିମଧ୍ୟରେ ପୋଲିସକୁ ଶୁଟରର କାରର ସନ୍ଧାନ ମିିଳିଛି । ଏହି କାରରେ ଶୁଟର ବାରକୁ ଆସିଥିଲା ଏବଂ ପରେ ଫେରାର ହୋଇଥିବା ସନ୍ଦେହ କରାଯାଉଛି ।