fbpx

ଅପରେସନ୍ କାବେରୀ ଆରମ୍ଭ: INS ସୁମେଧାରେ ସ୍ୱଦେଶ ଫେରୁଛନ୍ତି ସୁଦାନରେ ଫସିଥିବା ୨୭୮ ଭାରତୀୟ

ନୂଆଦିଲ୍ଲୀ: ସୁଦାନରେ ଫସିଥିବା ଭାରତୀୟଙ୍କ ସମେତ ଅନ୍ୟ ବିଦେଶି ନାଗରିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ତୀବ୍ର ହୋଇଛି । ଏହାରି ମଧ୍ୟରେ ସୁଦାନରେ ଫସିଥିବା ଭାତରତୀୟଙ୍କ ପ୍ରଥମ ବ୍ୟାଚ୍ ସ୍ୱଦେଶ ଅଭୁିମୁଖେ ବାହାରିଛନ୍ତି । ୨୭୮ ଭାରତୀୟଙ୍କୁ ନେଇ ଭାରତୀୟ ଯୁଦ୍ଧ ଯାହାଜ ଆଇଏନ୍‌ଏସ୍ ସୁମେଧା ଯୈଧା ଅଭିମୁଖେ ବାହାରିଛି । ସୁଦାନରେ ଫସିଥିବା ଭାରତୀୟଙ୍କୁ ସେଠାରୁ ବାହାର କରିବା ପାଇଁ ଭାରତ ସରକାର ଅପରେସନ୍ କାବେରୀ ଆରମ୍ଭ କରିଛନ୍ତି ।

ଏହି ଖବରର ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ଦେଶର ଲୋକମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଆମର ପ୍ରାଥମିକତା । ସୁଦାନେ ଜାରି ଗୃହଯୁଦ୍ଧ ମଧ୍ୟରେ ତିନି ଦିନର ଯୁଦ୍ଧ ବିରାମ ଘୋଷନା ହୋଇଛି । ଏହି ସମୟରେ ବିଭିନ୍ନ ଦେଶ ସେମାନଙ୍କର ନାଗରିକ ମାନଙ୍କୁ ସେଠାରୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ କାବେରୀ ଆରମ୍ଭ କରିଛନ୍ତି ।

ଆଫ୍ରିକୀୟ ଦେଶ ସୁଦାନରେ ବର୍ତ୍ତମାନ ଗୃହଯୁଦ୍ଧ ଚାଲିଛି । ସେନା ଏବଂ ଅର୍ଦ୍ଧସୈନିକ ବଳ ମଧ୍ୟରେ ଜାରି ସଂଘର୍ଷରେ ଏପର୍ଯ୍ୟନ୍ତ ୪୦୦ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇ ସାରିଲେଣି । ଏଭଳି ସ୍ଥିତିରେ ଭାରତ ସମେତ ଅନେଜକ ଦେଶରେ ଲୋକେ ସେଠାରେ ଫସି ରହିଛନ୍ତି । ସୂଚନା ଅନୁସାରେ ସୁଦାନରେ ପ୍ରାୟ ୩ ହଜାର ଭାରତୀୟ ଫସି ରହିଛନ୍ତି । ବର୍ତ୍ତମାନ ଭାରତୀୟ ବାୟୁସେନାର ବିମାନ ସାଉଦୀ ଆରବର ଯୈଧାରେ ରହିଛନ୍ତି, ସୁଦାନରୁ ଭାରତୀୟ ଜାହାଜ ଆସି ସେଠାରେ ପହଞ୍ଚିବା ପରେ ଲୋକମାନେ ବାୟୁସେନା ମାଧ୍ୟମରେ ଭାରତକୁ ଆସିବେ ।

Get real time updates directly on you device, subscribe now.