Team Indiaକୁ ଡବଲ ଝଟକା; ଶସ୍ତାରେ ପାଭିଲିୟନ ଫେରିଲେ ଟିମ ଇଣ୍ଡିଆର ଓପନର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ପୁଣିଥରେ ନିରାଶ କରିଛନ୍ତି ରୋହିତ ଶର୍ମା । ଦ୍ୱିତୀୟ ମ୍ୟାଚର ତୃତୀୟ ଦିନ ଆରମ୍ଭରୁ ହିଁ ଭାରତକୁ ଏକ ଶକ୍ତ ଝଟକା ଦେଇଛନ୍ତି ଇଂଲଣ୍ଡ ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍ । ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ କରି କମବ୍ୟାକ କରିବା ବାଟ ଖୋଲି ଦେଇଛନ୍ତି ଇଂଲଣ୍ଡ ବୋଲର । ବର୍ତ୍ତମାନ ସୁଦ୍ଦା ଭାରତ ୧୭୨ ରନର ଅଗ୍ରଣୀ ରହିଥିବା ବେଳେ ରୋହିତ ମାତ୍ର ୧୩ ରନ୍ କରି ପାଭିଲିୟନ ଫେରିଛନ୍ତି । ସେପଟେ ପ୍ରଥମ ଇନିଂସରେ ଡବଲ ସେଞ୍ଚୁରୀ କରିଥିବା ଯଶସ୍ୱୀ ଜଏସ୍ୱାଲ ମଧ୍ୟ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଛନ୍ତି ।

ଦ୍ୱିତୀୟ ମ୍ୟାଚର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ଓଭରରେ କୌଣସି ୱିକେଟ ନ ହରାଇ ୨୮ ରନ୍ କରିଥିଲା । ତେବେ ତୃତୀୟ ଦିନ ଆରମ୍ଭରୁ ହିଁ ଟିମ ଇଣ୍ଡିଆକୁ ଶକ୍ତ ଝଟକା ଦେଇଛନ୍ତି ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍ । ପ୍ରଥମେ ଅଧିନାୟକ ରୋହିତ ୧୩ ରନ୍ କରି ଆଉଟ ହୋଇଥିବା ବେଳେ ଯଶସ୍ୱୀ ଜଏସ୍ୱାଲ ମଧ୍ୟ ମାତ୍ର ୧୭ ରନ୍ କରି ପାଭିଲିୟନ ପେରିଛନ୍ତି । ତେବେ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଆରମ୍ଭରୁ ହିଁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରୀ ପଡ଼ିଛନ୍ତି ଆଣ୍ଡରସନ୍ । ଲଗାତାର ୨ଟି ୱିକେଟ ନେଇ ଭାରତକୁ ବ୍ୟାକଫୁଟରେ ପକାଇ ଦେଇଛନ୍ତି ଇଂଲଣ୍ଡର ଷ୍ଟାର ବୋଲର । ତେବେ ବର୍ତ୍ତମାନ ଶୁଭମନ ଗିଲ ଏବଂ ଶ୍ରେୟସ ଆୟର ପଡ଼ିଆରେ ଉପସ୍ଥିତ ରହିଛନ୍ତି ।

୨୮-୦ ରନରୁ ତୃତୀୟ ଦିନ ଆରମ୍ଭ କରିଥିବା ଟିମ ଇଣ୍ଡିଆ ମାତ୍ର ୩ ଓଭର ଭିତରେ ନିଜର ଦୁଇ ଓପନରଙ୍କୁ ହରାଇଛି । ବର୍ତ୍ତମାନ ଦଳ ୧୧ ଓଭର ଶେଷ ସୁଦ୍ଧା ମୋଟ ୩୫ ରନ୍ କରି ଦୁଇଟି ୱିକେଟ ହରାଇଛି । ତେବେ ଶୁଭମନ ଗିଲ୍ ୪ ଏବଂ ଶ୍ରେୟସ ୧ ରନ୍ କରି ଅପରାଜିତ ରହିଛନ୍ତି । ଭାରତ ଏବେ ପର୍ଯ୍ୟନ୍ତ ୧୭୮ ରନରେ ଅଗ୍ରଣୀ ରହିଛି ।