fbpx

‘Hunter 350’ର ପ୍ରଥମ ଲୁକ୍‌, ହୋଇପାରେ ରୟାଲ୍ ଏନ୍‌ଫିଲ୍ଡର ସବୁଠାରୁ ଶସ୍ତା ବାଇକ୍

Advertisement

ନୂଆଦିଲ୍ଲୀ: ରୟାଲ ଏନ୍‌ଫିଲ୍ଡର ନୂତନ ମୋଟରସାଇକେଲ ‘ହଣ୍ଟର୍ ୩୫୦’ର ପ୍ରଥମ ଫଟୋ ସାମ୍ନାକୁ ଆସିଛି ଆସିଛି। କମ୍ପାନୀର ପରିଚାଳନା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଲାଲ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଏହାକୁ ସାମ୍ନାକୁ ଆଣିଛନ୍ତି। ରବିବାର ୭ ଅଗଷ୍ଟରେ ଅଫିସିଆଲ୍ ଲଞ୍ଚ ପୂର୍ବରୁ ଏହି ସପ୍ତାହରେ ରୟାଲ୍ ଏନ୍‌ଫିଲ୍ଡର ‘ହଣ୍ଟର୍ ୩୫୦’ ର ଲୁକ୍ ପ୍ରକାଶ ପାଇଛି ଏବଂ ବର୍ତ୍ତମାନ ଏହାର ମୂଲ୍ୟ ଏବଂ ବୈଶିଷ୍ଟ୍ୟଗୁଡିକ ପ୍ରକାଶ ପାଇବାକୁ ଯାଉଛି। ବ୍ୟାଙ୍କକ୍ ହସାରେ ‘ସିଦ୍ଧାର୍ଥ ଲାଲ’ ଏକ ସୁଟିଂ ସମୟରେ ରୟାଲ୍ ଏନ୍‌ଫିଲ୍ଡ ହଣ୍ଟର୍ ୩୫୦ କୁ ବିଶ୍ୱକୁ ଉପସ୍ଥାପନ କରିଥିଲେ ଯାହାକି ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଛି ଯେ ଏହା କମ୍ପାନୀର ଶସ୍ତା ମୋଟରସାଇକେଲ୍ ହୋଇପାରେ।

Royal Enfield Hunter 350 leaked picture shows new colour scheme | Autocar India

ଏହି ସପ୍ତାହ ୭ ଅଗଷ୍ଟ ସନ୍ଧ୍ୟାରେ ରୟାଲ୍ ଏନ୍‌ଫିଲ୍ଡ ହଣ୍ଟର୍ ୩୫୦ ସର୍ବଭାରତୀୟ ସ୍ତରରେ ଲଞ୍ଚ ହେବ ଏବଂ ବୁଲେଟ୍ ୩୫୦ ର ନୂଆ ଅତିଥି ଭାବରେ ପରିଚିତ ହେବାକୁ ଯାଉଛି। ବର୍ତ୍ତମାନ, ଯଦି ଆପଣ ହଣ୍ଟର୍ ୩୫୦ ବିଷୟରେ କୁହନ୍ତି, ତେବେ କମ୍ପାନୀର ‘J’ ପ୍ଲାଟଫର୍ମ ଉପରେ ଆଧାରିତ ଏହି ବାଇକ୍‌ର ୩୯୯ମମ ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ ରହିବ, ଯାହା ୨୦.୨ ବିଏଚପି ପାୱାର ଏବଂ ୨୭ ନ୍ୟୁଟନ୍ ମିଟର ଟର୍କ ସୃଷ୍ଟି କରିବାରେ ସକ୍ଷମ ହେବ। ୫-ସ୍ପିଡ୍ ଗିଅରବକ୍ସ ସହିତ ହଣ୍ଟର୍ ୩୫୦ ସିସି ରହିବ। ବିଶ୍ୱାସ କରାଯାଏ ଯେ ହଣ୍ଟର୍ ୩୫୦ ରୟାଲ୍ ଏନ୍‌ଫିଲ୍ଡର ସବୁଠାରୁ ଶସ୍ତା ବାଇକ୍ ହୋଇପାରେ ଏବଂ ଏହାର ମୂଲ୍ୟ ୧.୫ ଲକ୍ଷରୁ ୧.୭ ଲକ୍ଷ ମଧ୍ୟରେ ହୋଇପାରେ।

 

 

View this post on Instagram

 

A post shared by Sid Lal (@sidlal)

Get real time updates directly on you device, subscribe now.