fbpx

ବୋନ୍ କ୍ୟାନ୍ସରରେ ଆକ୍ରାନ୍ତଙ୍କ ଶରୀରରେ ପ୍ରଥମ ଲୋୟର ଲିମ୍ବ୍ ସାଲଭେଜ ସର୍ଜରୀ

କଟକ : ଓଡ଼ିଶାରେ ପ୍ରଥମ ଥର ପାଇଁ ଏଚସିଜି ପଣ୍ଡା କ୍ୟାନ୍ସର ହସପିଟାଲ, କଟକର ଡାକ୍ତରଗଣ ଅଷ୍ଟିଓସାର୍କୋମା (ଏକ ପ୍ରକାର କ୍ୟାନ୍ସର ଯାହା ଅସ୍ଥିର କୋଷିକାଗୁଡିକରୁ ଆରମ୍ଭ ହୋଇଥାଏ) ରେ ଆକ୍ରାନ୍ତ ଜଣେ ୧୩ ବର୍ଷ ବୟସ୍କ ବାଳକର ବାମ ଗୋଡ ନିମ୍ନ ଭାଗରେ ଏକ ଲୋୟର ଲିମ୍ବ୍ ସାଲଭେଜ ସର୍ଜରୀ କରିଛନ୍ତି । ଏହି ଅସ୍ତ୍ରୋପଚାର ଡାକ୍ତରମାନଙ୍କୁ ପ୍ରଭାବିତ ଅସ୍ଥି ଅଂଶକୁ ବାହାର କରିଦେଇ ଏବଂ ସେହି ସ୍ଥାନରେ ପ୍ରୋସ୍ଥେଟିକ୍ସ ଉକ୍ତ ବାଳକର ଅଙ୍ଗକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିଛି ।

ଏହି ଅନନ୍ୟ ଅସ୍ତ୍ରୋପଚାର ଡା.ଜ୍ୟୋତି ରଞ୍ଜନ ସ୍ୱାଇଁ, ସର୍ଜିକାଲ ଅଙ୍କୋଲୋଜିଷ୍ଟ, ଏଚ୍ସିଜି ପଣ୍ଡା କ୍ୟାନ୍ସର ହସପିଟାଲ, କଟକ, ଡା.କ୍ଷିତୀଶ ମହାନ୍ତି, ଅର୍ଥୋପେଡିକ ଅଙ୍କୋଲୋଜିଷ୍ଟ, ଏଚ୍ସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ, କଟକ ଏବଂ ସେମାନଙ୍କ ଚିକିତ୍ସା ଦଳ ଦ୍ୱାରା ସମ୍ପାଦନ କରାଯାଇଥିଲା । ୧୩ ବର୍ଷର ବାଳକ ଚନ୍ଦ୍ର (ତାହାର ପରିଚୟ ଗୋପନ ରଖିବାକୁ ନାମ ପରିବର୍ତ୍ତନ କରାଯାଇଛି) ଯେତେବେଳେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଗଲା, ସେତେବେଳେ ତାହାର ପିତା ମାତା ଦୁଃଖରେ ଭାଙ୍ଗିପଡିଲେ । ଅସ୍ତ୍ରୋପଚାର ପରେ ରୋଗୀ ଦ୍ରୁତଗତିରେ ଆରୋଗ୍ୟଲାଭ କରିଥିଲା ଏବଂ ଠିକ୍ ତାହା ପରଦିନଠାରୁ ସହାୟତା ନେଇ ଚାଲିବା ଏବଂ ଫିଜିଓଥେରାପି କରିବା ଭଳି ପୁନର୍ବାସ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ।

ଜଣେ ଅତ୍ୟଧିକ ଯନ୍ତ୍ରଣା, ପରିଲକ୍ଷିତ ହେବାଭଳି ଫୁଲା, ଆଳସ୍ୟପଣ ଅଥବା ଅନିଚ୍ଛାକୃତ ଓଜନ ହାନି ଭଳି କ୍ୟାନ୍ସରର ଲକ୍ଷଣଗୁଡିକ ଅନୁଭବ କରନ୍ତି, ତେବେ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ତେବେ ବୋନ୍ କ୍ୟାନସର ଭଳି ଅତି ଯନ୍ତ୍ରଣାଦାୟକ ରୋଗରୁ ଉପରୋକ୍ତ ଅସ୍ତ୍ରୋପଚାର ଯୋଗେ ରୋଗୀ ଜଣକ ସୁସ୍ଥତା ଲାଭ କରିପାରିଥିବାରୁ ଏବେ ବୋନ୍ କ୍ୟାନସର ରୋଗୀଙ୍କ ମନରେ ନୂତନା ଆଶାର ସଞ୍ଚାର ଲାଭ କରିପାରିଛି । ଆଗକୁ ଏହି ରୋଗରେ ପୀଡ଼ିତ ରୋଗୀମାନେ ସମୟ ଥାଉ ଥାଉ ଏହାର ଚିକିତ୍ସା ଆରମ୍ଭ କଲେ ସେମାନେ ମଧ୍ୟ ଚନ୍ଦ୍ର ଭଳି ଆରୋଗ୍ୟ ଲାଭ କରି ସୁସ୍ଥ ଜୀବନଯାପନ କରିପାରିବେ ବୋଲି ଚିକିତ୍ସା କରୁଥିବା ବିଶେଷଜ୍ଞ ଓ ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.