fbpx

ପ୍ରଥମେ ମାସ୍କ ଓ ଏବେ ୭ ଦିନର ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ: ଏହି ରାଜ୍ୟରେ କରୋନା ବଢ଼ାଇଲା ଟେନସନ୍

Advertisement

ନୂଆଦିଲ୍ଲୀ: କରୋନା ଭାଇରସ୍ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାର ମାମଲା ଲଗାତାର ଭାବେ ବୃଦ୍ଧି ପାଉଛି । କରୋନାର ନୂଆ ଭାରିଆଣ୍ଟ ଜେଏନ.୧ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଦେଶର ଅନେକ ରାଜ୍ୟରେ କୋଭିଡ୍ ରୋଗୀମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । କେରଳ ପରେ ବର୍ତ୍ତମାନ ଦକ୍ଷିଣ ଭାରତର ଅନ୍ୟ ଏକ ରାଜ୍ୟ କର୍ଣ୍ଣାଟକରେ କରୋନା ବ୍ୟାପିବା ଆରମ୍ଭ କରିଛି । ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି ।

‘୧ ସପ୍ତାହ ପାଇଁ ହୋମ୍ ଆଇସୋଲେସନରେ ରହିବା ଆବଶ୍ୟକ’

ବଢ଼ୁଥିବା କରୋନାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ମୋଡରେ ଅଛନ୍ତି । ସୂଚନା ପ୍ରଦାନ କରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ଯେଉଁମାନେ ଏହି ଟେଷ୍ଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ । ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ଭିତରେ ୩୬ ଜଣଙ୍କ ମଧ୍ୟରେ ଜେଏନ.୧ ଭାରିଆଣ୍ଟ ଦେଖିବାକୁ ମିଳିଛି । ଏଥି ସହିତ, କରୋନାର ଆକ୍ଟିଭ୍ ମାମଲା ୪୩୬ କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ଘରେ ଆଇସୋଲେଟ କରାଯାଇଛି ।

ସଂକ୍ରମିତ ଲୋକଙ୍କୁ ଅଫିସରୁ ଛୁଟି ଦିଆଯିବ :-

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ସଂକ୍ରମଣର ବୃଦ୍ଧି ଘଟୁଥିବା ମାମଲା ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ସଂକ୍ରମିତ ଲୋକଙ୍କୁ ଘରେ ଏକ ସପ୍ତାହ ରହିବାକୁ ପଡିବ । ସେ କହିଛନ୍ତି ଯେ, ସଂକ୍ରମିତ ଲୋକଙ୍କୁ ସେମାନଙ୍କ କାର୍ଯ୍ୟାଳୟରୁ ଛୁଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହା ଦ୍ୱାରା ସେମାନେ ଘରେ ରହିପାରିବେ ଏବଂ ସଂକ୍ରମଣ ଅନ୍ୟ କାହାକୁ ବ୍ୟାପିପାରିବ ନାହିଁ ।
ଏହା ସହ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ପରିସ୍ଥିତି ଉପରେ ନଜର ରଖାଯାଉଛି । ଡାକ୍ତରଖାନାରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ପାଇଁ ଅକ୍ସିଜେନ୍ ବ୍ୟବସ୍ଥା କରାଯାଇଛି । ସଚେତନ ହେବା, ମାସ୍କ ପିନ୍ଧିବା ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.