fbpx

୩୨ ବର୍ଷ ପରେ କାଶ୍ମୀର ଲୋକମାନେ ଦେଖିବାକୁ ପାଇବେ ମଲ୍ଟିପ୍ଲେକ୍ସରେ ଫିଲ୍ମ ଦେଖିବାର ସୁବିଧା

ଶ୍ରୀନଗର: ଦୀର୍ଘ ୩୨ ବର୍ଷ ପରେ କାଶ୍ମୀର ରେ ଖୋଲିବାକୁ ଯାଉଛି ପ୍ରେକ୍ଷାଳୟ । ତିନି ଦଶନ୍ଧି ରେ ଶୋପିଆନ୍ ଏବଂ ପୁଲୱାମା ଲୋକମାନେ ଆଗାମୀ ସପ୍ତାହରେ ଥିଏଟରରେ ଫିଲ୍ମ ଦେଖି ପାରିବେ ଆଉ ଉପଭୋଗ କରିପାରିବେ। ରବିବାର ଦିନ ଲେଫ୍ଟନାଣଟ ଗଭର୍ଣ୍ଣର ମନୋଜ ସିହ୍ନା ଦୁଇଟି ମଲ୍ଟିପ୍ଳେକ୍ସ ଉଦଘାଟନ କରିଥିଲେ । ସୂଚନାମୁତାବକ, ୧୯୯୦ ମସିହାରେ କାଶ୍ମୀରିରେ ପ୍ରାୟ ୧୫ ଟି ସିନେମାହଲ ରହିଥିଲା । ଯାହକୁ ବନ୍ଦ କରି ଦିଅ।ଯ।ଇଥିଲା ।

ଜାଣନ୍ତୁ କାହିଁକି ବନ୍ଦ ରଖାଯାଇଥିଲା ୧୫ ପ୍ରେକ୍ଷାଳୟ?
କାଶ୍ମୀରିରେ ୯୦ ଦଶକରେ ପ୍ରାୟ ୧୫ ଟି ପ୍ରେକ୍ଷାଳୟ ଥିଲା । ସେ ସବୁ ସିନେମା ହଲକୁ ବନ୍ଦ କରି ଦିଅ।ଯ।ଇଥିଲା । ଏହାର ଏକମାତ୍ର କାରଣ ଥିଲା କାଶ୍ମୀରିରେ ବଢୁଥିବା ଆତଙ୍କୀରାଜ । ସେ ସମୟରେ ଯେତେ ଥର ସିନେମା ହଲକୁ ଖୋଲିବାକୁ ପ୍ରୟାସ ହୋଇଥିଲା ସେତେ ଥର ସେଠାରେ ଆତଙ୍କୀ ହାଲା ବୋଲ ଦେଉଥିଲେ । ସମୟକ୍ରମେ ଆତଙ୍କବାଦୀଙ୍କ ଭୟ ଚାରିଆଡେ ସିନେମାହଲ କୁ ବନ୍ଦ କରା ଗଲା। ଯାହାଫଳରେ ସିନେମା ହଲକୁ ଜୋର ଜବରଦସ୍ତି ବନ୍ଦ କରିଦିଅ।ଯାଇଥିଲା। ବର୍ତ୍ତମାନ ଆର୍ଟିକିଲ ୩୭୦ ଧାରା ଏବଂ ୩୫ଏ ରଦ୍ଦ ହେବା ପରେ କାଶ୍ମୀରରେ ସିନେମା ହଲ୍ କୁ ପୁଣି ଥରେ ଶୁଭାରମ୍ଭ କରାଯାଇଛି।

ସୂଚନାମୁତାବକ, ଫାରୁକ୍ ସରକାର ୧୯୯୯ରେ ରେଗାଲ୍, ନୀଲମ୍ ଏବଂ ବ୍ରାନ୍ଦୱେ ଖୋଲିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସଫଳ ହୋଇନଥିଲା । କାରଣ ରେଗାଲ୍ ଉପରେ ସେପ୍ଟମ୍ବରରେ ଆତଙ୍କୀ ଆକ୍ରମଣ କରି ପୁଣି ଥରେ ସିନେମା ହଲ୍କୁ ବନ୍ଦ କରାଇଥିଲେ। ଏହାର କିଛି ସମୟ ପରେ ବ୍ରାନ୍ଦୱେକୁ ମଧ୍ୟ ବନ୍ଦ କରିଦିଅ।ଯାଇଥିଲା । ଖବରଅନୁଯାୟୀ, ଯଦି ଥିଏଟରରେ କେହି ଏକ ଫିଲ୍ମ ଦେଖିବାକୁ ଇଚ୍ଛା କରୁଥିଲେ ତେବେ ତାଙ୍କୁ ପ୍ରାୟ ୩୦୦ କିଲୋମିଟର ଦୂରକୁ ଯିବାକୁ ପଡୁଥିଲା । ବର୍ତ୍ତମାନ ନୂଆ କରି ପୁଣି ଥରେ ସିନେମା ହଲ୍ ଖୋଲାଯାଇଛି । ଯାହାଦ୍ୱାରା ଘାଟିରେ ଥିବା ସମସ୍ତ କାଶ୍ମୀର ବାସୀନ୍ଦା ଥିଏଟରରେ ବସି ଫିଲ୍ମ ଦେଖିବାର ମଜା ଉଠାଇପାରିବେ । ପ୍ରଥମ ମଲ୍ଟିପ୍ଲେକ୍ସ ଶ୍ରୀନଗରରେ ନିର୍ମିତ ହୋଇଛି । ଏଥିରେ ୫୨୦ ଟି ଆରାମଦାୟକ ସିଟ ରହିଛି । ଏହା ଏଥିରେ ୩ଟି ଅଡିଟୋରିୟମ୍ ଏବଂ ଅତ୍ୟାଧୁନିକ ସିଷ୍ଟମର ସୁବିଧା ରହିଛି । ତେବେ ଦୀର୍ଘ ଦିନର ଅପେକ୍ଷା ପରେ କାଶୀର ଲୋକଙ୍କୁ ଫିଲ୍ମ ଦେଖିବାର ସୁଯୋଗ ମିଳିବ । ଏଥିରେ ୫୨୦ ଟି ଆରାମଦାୟକ ସିଟ ରହିଛି । ଏହା ଏଥିରେ ୩ଟି ଅଡିଟୋରିୟମ୍ ଏବଂ ଅତ୍ୟାଧୁନିକ ସିଷ୍ଟମର ସୁବିଧା ରହିଛି । ତେବେ ଦୀର୍ଘ ଦିନର ଅପେକ୍ଷା ପରେ କାଶୀର ଲୋକଙ୍କୁ ଫିଲ୍ମ ଦେଖିବାର ସୁଯୋଗ ମିଳିବ ।

Get real time updates directly on you device, subscribe now.