କେରଳ: କେରଳ ଆଲାପୁଝା ଜିଲ୍ଳା କାଲାରକୋଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ରବିବାର ବିଳମ୍ବିତ ରାତିରେ ଏକ କାର ଏବଂ କେଏସ୍ଆରଟିସି ବସ୍ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଘଟଣାସାମ୍ନାକୁ ଆସିଛି ।
ପୋଲିସ ସୂତ୍ରରୁ ପ୍ରକାଶ ସୋମବାର ବିଳମ୍ବିତ ରାତିରେ କାଲାରକୋଡ ଅଞ୍ଚଳରେ ରାତି ପ୍ରାୟ ୧୦ଟା ପାଖାପାଖି ଏହି କାର- ବସ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଖବର ପାଇ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ସମସ୍ତ ଗୁୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାରରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅପରପକ୍ଷରେ ମେଡିକାଲରେ ୨ ଗୁରୁତରଙ୍କ ଚିକିତ୍ସା ଚାଲିଛି । ବସଟି ଅଧିକ କ୍ଷତିଗ୍ରସ୍ତ ହୋଇନଥିବା ବେଳେ କିଛି ଯାତ୍ରୀ ସାମାନ୍ୟ ଆହାତ ହୋଇଥିଲେ । ତେବେ ମେଡିକାଲ ଛାତ୍ରମାନେ ହେଲେ ଲାକ୍ଷଦ୍ୱୀପର ଦେବାନନ୍ଦ ଏବଂ ମହମ୍ମଦ ଇବରାହିମ, ଆୟୁଶ ଶାଜି, ଶ୍ରୀଦୀପ ଭଲସନ୍ ଏବଂ ମହମ୍ମଦ ଜବର । ସମସ୍ତେ ଆଲାପୁଝା ଟିିଡି ମେଡିକାଲ କଲେଜର ଛାତ୍ର ବୋଲି ଜଣାପଡ଼ିଛି । ତେବେ ଦୃତ ଗତିରେ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ପ୍ରତକ୍ଷଦଶୀ ଅନୁମାନ କରୁଛନ୍ତି ।