fbpx

ସେକ୍ସ ବଦଳରେ ଭଲ ମାର୍କ ଦେଉଥିଲେ ପ୍ରୋଫେସର, ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ପ୍ରୋଫେସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ମାର୍କ ବଦଳରେ ଯୌନ ସମ୍ପର୍କ ରଖିବା ମାମଲାରେ ପ୍ରୋଫେସରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ । ଅଭଦ୍ର ବ୍ୟବହାର, ଯୌନ ଉତ୍ପୀଡ଼ନ ଏବଂ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହେଲେ ପ୍ରୋଫେସର । ଘଟଣା ହେଉଛି ଆଫ୍ରିକୀୟ ଦେଶ ମରକ୍କୋ ସେଟ୍ଟାଟ ସହରର  ହସ୍ସନ ଆଇ ୟୁନିଭର୍ସିଟିର ଅଟେ । ଏହି ମାମଲା ସେଟ୍ଟାଟ ସହରରେ ଏତେ ଉଗ୍ର ରୂପ ନେଇଥିଲା ଯେ ଦେଶର ଲୋକମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ।

ଏକ ରିପୋର୍ଟ ଅନୁଯାୟୀ ମରକ୍କୋରେ ବିଶ୍ୱବିଦ୍ୟାଳୟରେ ଏହି ହାଇପ୍ରୋଫାଇଲ ଯୌନ ଉତ୍ପୀଡ଼ନର ଏହା ପ୍ରଥମ ଅଦାଲତୀ ମାମଲା । ଅଦାଲତ ହସନ ୟୁନିଭର୍ସିଟିର ଅର୍ଥଶାସ୍ତ୍ରର ଜଣେ ପ୍ରଫେସରଙ୍କୁ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ କରିବା ମାମଲାରେ ଦୋଷୀ ପାଇଛନ୍ତି । ସେ ଛାତ୍ରୀମାନଙ୍କୁ ଭଲ ମାର୍କ ଦେବା ଆଶାରେ ତାଙ୍କର ଉତ୍ପୀଡ଼ନ କରୁଥିଲା । ଏହି ହାଇ ପ୍ରୋଫାଇଲ କେସରେ ଏବେ ଆଉ ୪ ପ୍ରୋଫେସରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି ।

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଗତ ବର୍ଷ ସେପ୍ଟେମ୍ବରରେ ସୋସିଆଲ ମିଡିଆରେ ଛାତ୍ରୀ ଏବଂ ପ୍ରୋଫେସରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଚାଟ୍ ଲିକ୍ ହୋଇଥିଲା । ପ୍ରୋଫେସରଙ୍କୁ ବିରୋଧରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ଏବଂ ଏହା ଆନ୍ଦୋଳନରେ ପରିଣତ ହୋଇଥିଲା ।

 

Get real time updates directly on you device, subscribe now.