fbpx

ଇଣ୍ଡିଆନ ଓପନ ୨୦୨୨: ଇତିହାସ ରଚିଲେ ଲକ୍ଷ୍ୟ ସେନ୍, ଫାଇନାଲ ଜିତିଲେ ଚିରାଗ-ସାତ୍ୱିକ୍

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବରେ ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ଜିତିବାରେ ସଫଳ ହୋଇଛନ୍ତି ଲକ୍ଷ୍ୟ ସେନ୍ । ବିଶ୍ୱ ଚାମ୍ପିୟନ୍ ଲୋ କିନ୍ ୟୁଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି ଲକ୍ଷ୍ୟ ସେନ୍ । ରବିବାର ଅନୁଷ୍ଠିତ କଡା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଲକ୍ଷ୍ୟ ୨୪-୨୨ ଏବଂ ୨୧-୧୭ର ସିଧାସଳଖ ସେଟରେ ପରାସ୍ତ କରିଥିଲେ । ନୂଆଦିଲ୍ଲୀରେ ଅନୁଷ୍ଠିତ ଫାଇନାଲରେ ଲୋ କିନଙ୍କୁ ମାତ୍ର ୫୪ ମିନିଟରେ ପରାସ୍ତ କରିଥିଲେ । ଚଳିତ ବର୍ଷର ବିଶ୍ୱ ଚାମ୍ପିୟନ ଲୋ କିନ୍ କିଦାମ୍ବି ଶ୍ରୀକ୍ରାନ୍ତଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଥିଲେ ।

ଲକ୍ଷ୍ୟ ନିଜର ପଦାର୍ପଣ ସୁପର-୫୦୦ ସିରିଜରେ ବିଜୟୀ ହେବାର କୃତିତ୍ୱ ହାସଲ କରିଛନ୍ତି । ୨୦୨୧ ବିଶ୍ୱ ଚାମ୍ପିୟନଶିପରେ ଲକ୍ଷ୍ୟ ଶ୍ରୀକାନ୍ତଙ୍କ ନିକଟରୁ ପରାଜିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଥିଲେ । ପ୍ରଥମ ସେଟରେ ଲକ୍ଷ୍ୟ ୧୬-୧୦ରେ ପଛୁଆ ରହିଥିଲେ । ତେବେ ଚମକ୍ରାର ପ୍ରତ୍ୟାବର୍ତ୍ତନ ସହିତ ମ୍ୟାଚକୁ ୧୯-୧୯ ସ୍ତରକୁ ଆଣିଥିଲେ । ମ୍ୟାଚ ଟାଇବ୍ରେକରକୁ ଯିବା ପରେ ୨୪-୨୨ରେ ବିଜୟୀ ହୋଇଥିଲେ ଲକ୍ଷ୍ୟ । ଦ୍ୱିତୀୟ ସେଟରେ ଲକ୍ଷ୍ୟ ୨୧-୧୭ରେ ବିଜୟୀ ହୋଇଥିବା ବେଳେ ଟାଇଟଲ ଅକ୍ତିଆର କରିଥିଲେ ।

ସେହିପରି ସ୍ୱସ୍ତିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଡବଲ୍ସ ଫାଇନାଲରେ ବିଜୟୀ ହୋଇଛନ୍ତି । ଟପ୍ ସିଡ୍ ତଥା ପୂର୍ବତନ ବିଶ୍ୱ ଚାମ୍ପିୟନ ଯୋଡି ମହମ୍ମଦ ଏହସାନ ଓ ହେଣ୍ଡ୍ରା ସେଟିଆୱାନଙ୍କୁ ପରାସ୍ତ କରିଥିଲେ । ୨୧-୧୬ ଓ ୨୬-୨୪ରେ ବିଜୟୀ ହେବା ସହିତ ସାତ୍ୱିକ-ଚିରାଗ ଯୋଡି ଇଣ୍ଡିଆନ୍ ଓପନ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.