fbpx

WWE କିମ୍ବଦନ୍ତୀ ଅଣ୍ଡରଟେକରଙ୍କର ୫ଟି ରହସ୍ୟ ସମସ୍ତଙ୍କ ପାଇଁ ଅଜଣା, ଜାଣନ୍ତୁ କ’ଣ ସେସବୁ

ଡବ୍ଲ୍ୟୁଡବ୍ଲ୍ୟୁଇ ଦୁନିଆର ଲିଜେଣ୍ଡ ଅଣ୍ଡରଟେକରଙ୍କୁ କିଏ ବା ନ ଜାଣେ । ଗତ ୨୦୨୦ ମସିହା ନଭେମ୍ବରରେ ସେ ରିଟାୟାରମେଣ୍ଟ ନେଇ ସାରିଥିବା ବେଳେ ସେ ଗତ ୨ ତାରିଖରେ ତାଙ୍କୁ ହଲ୍ ଅଫ୍ ଫେମ୍ ସମ୍ମାନ ପ୍ରଦାନ କରାଯାଇଛି । ସମ୍ମାନ ସମାରୋହ ସମୟରେ ଭାଷଣ ଦେଉଥିବା ବେଳେ ଅଣ୍ଡରଟେକର ଭାବପ୍ରବଣ ହୋଇପଡ଼ିଥିଲେ । ଅଣ୍ଡରଟେକରଙ୍କ ରେସଲିଂ ଜୀବନକୁ ନେଇ ଅନେକ ରହସ୍ୟ ଲୁଚି ରହିଛି । ଏହା ପଛର ବହୁ ସତ୍ୟତା ଅନେକ ଲୋକଙ୍କୁ ଅଜଣା ରହିଛି । ଆସନ୍ତୁ ଜାଣିବା ଅଣ୍ଡରଟେକଙ୍କର ଜୀବନର ୫ଟି ରହସ୍ୟ ବିଷୟରେ ।

୧- ୧୯୯୪ରେ ମରିବା ପରେ ପୁନର୍ବାର ଜୀବିତ ହୋଇଯାଇଥିଲେ ଅଣ୍ଡରଟେକର । ତେଣୁ ତାଙ୍କୁ “୭ ଜୀବନଦାନ’ ବୋଲି କୁହାଯାଉଥିଲା । ଏକଦା ୭ ଜଣ ଅଣ୍ଡରଟେକର ଏକସଙ୍ଗେ ରେସଲିଂ ରିଙ୍ଗକୁ ପ୍ରବେଶ କରିଥିଲେ ।

୨- ଅନ୍ୟତମ ରେସଲିଂ ଷ୍ଟାର କେନ ଅଣ୍ଡରଟେକରଙ୍କର ସାବତ ଭାଇ ଅଟନ୍ତି । ଏକ ସମୟରେ ଦୁହିଁଙ୍କ ମଧ୍ୟରେ ଭାଇଚାରା ଓ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା ।

୩- ଅଣ୍ଡରଟେକର ନିଜକୁ ନିଜେ ଜଳାଇ ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଥରେ ଏକ ଗୁଜବ ସୃଷ୍ଟି ହୋଇଥିଲା । ମାତ୍ର ପରେ ହଠାତ୍ କଫିନ୍ ମଧ୍ୟରୁ ହଠାତ୍ ବାହାରି ଆସିଥିଲେ ଅଣ୍ଡରଟେକର ।

୪- ଏକାଦା ଦୁଇଜଣ ଅଣ୍ଡରଟେକର ରିଙ୍ଗକୁ ଓହ୍ଲାଇଥିଲେ । କିଏ ଅସଲି କିଏ ନକଲି ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା । ଅଣ୍ଡରଟେକରଙ୍କର ପ୍ରକୃତ ନାମ ହେଉଛି ମାର୍କ ୱିଲିୟମ କାଲାୱେ ।

୫- ଅଣ୍ଡରଟେକରଙ୍କୁ କେବେ ବି ହତ୍ୟା କରାଯାଇପାରିବ ନାହିଁ ବୋଲି ମଧ୍ୟ ଥରେ ପ୍ରଚାର ହୋଇଥିଲା । ସେ ନିଜେ ମରି ଜୀବିତ ହୋଇଥିବା ଚାରିଆଡ଼େ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.