ବରଗଡ଼: ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଭଣ୍ଡୁର । ଅନଲାଇନ୍ ଗେମରେ ୧୨ ଲକ୍ଷ ହାରିଯିବାରୁ ଟଙ୍କା ଭରଣ ପାଇଁ ବ୍ୟାଙ୍କ ଲୁଟ୍ ଉଦ୍ୟମ କରାଯାଇଥିବା କୁହାଯାଉଛି । ପ୍ରେସ୍ ମିଟ୍ ଜରିଆରେ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ । ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୨ଟି ନକଲି ବନ୍ଧୁକ, ଗୋଟିଏ ଅସଲି ବନ୍ଧୁକ, ୨ଟି ଗୁଳି ଓ ଛୁରୀ ଜବତ କରାଯାଇଛି । ଗତକାଲି ସନ୍ଧ୍ୟାରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ । ଠିକ୍ ସମୟରେ କର୍ମଚାରୀ ସାଇରନ୍ ବଜାରଇବାରୁ ପଣ୍ଡ ହୋଇଯାଇଥିଲା ଲୁଟ୍ ଉଦ୍ୟମ ।