fbpx

ଦେଶ-ବିଦେଶ ଭ୍ରମଣ ପାଇଁ ଫ୍ଲାଇଟ ବୁକିଂ କରିବା ସଂମ୍ପୂର୍ଣ୍ଣ ମାଗଣା, ଯାତ୍ରୀ ମାନଙ୍କୁ ମିଳିବ ବଡ ସୁବିଧା

ନୂଆଦିଲ୍ଲୀ: କିଛି ଲୋକଙ୍କୁ ଭ୍ରମଣ କରିବା ବହୁତ ଭଲ ଲାଗିଥାଏ । ଭ୍ରମଣ ପାଇଁ ଲୋକେ ଅନେକ ପ୍ଲାନିଂ କରିବା ପରେ ଭ୍ରମଣ କରିଥାନ୍ତି । ସେଥିପାଇଁ ଟଙ୍କା ନିଜ ରେଞ୍ଜ ଭିତରେ ଦେଖିବାକୁ ପଡିଥାଏ । ତେବେ ଏହି ପରିସ୍ଥିରେ ଯଦି କୌଣସି କମ୍ପାନୀ ଦେଶ-ବିଦେଶ ବୁଲାଇବା ପାଇଁ କୌଣସି ଟଙ୍କା ନ ନେବ ତେବେ ଆପଣ କଣ କରିବେ? ଆଜ୍ଞା ହଁ ବର୍ତ୍ତମାନ ମେକ ମାଇଁ ଟ୍ରିପ ଏବଂ ପେମେଣ୍ଟ କମ୍ପନୀ ମୋବିକ୍ଓ୍ବିକ୍ ଏକ ସହ ସାଂଙ୍ଗ ହୋଇ ଏପରି ମାଗଣା ଭ୍ରମଣ ଟ୍ରିପର ସୁବିଧା ଆଣିଛନ୍ତି ।

ଲୋକମାନଙ୍କ ପାଇଁ ଉତ୍ତମ ସୁବିଧା ପ୍ରଦାନ କରିବା ପାଇଁ କିଛି ନା କିଛି ନୂଆ ଜିନିଷ ସାମ୍ନାକୁ ଆସୁଛି । ତେଣୁ ଲୋକ ମାନଙ୍କୁ ଖୁସି ଖବର ଆଣି ଦେଇଛି ଉପରୋକ୍ତ କମ୍ପାନୀ । ଏଥିପାଇଁ ଇଜି ମାଇଁ ଟ୍ରିପ ଏବଂ ମୋବିକଓ୍ବକ୍ ସାଙ୍ଗ ହୋଇ ବାଏ ନାଓ ପ୍ଲେ ଲେଟର ପ୍ରଡକ୍ଟକୁ ଲଞ୍ଚ କରିଛନ୍ତି ।

ଏ ବାବଦରେ, EaseMyTripର COO ଲୋକେନ୍ଦ୍ର ସାଇନି କହିଛନ୍ତି ଯେ, EasyMyTrip ମୋବିକ୍ୱିକ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି ଏବଂ EaseMyTrip ରେ MobiKwik ର BNPL ଉତ୍ପାଦ ପ୍ରଚଳନ କରାଯାଇଛି । ଏହା ଅଧୀନରେ, ଉପଭୋକ୍ତା ବିନା ଅର୍ଥରେ ଦେଶ ତଥା ବିଦେଶ ଭ୍ରମଣ କରିପାରିବେ ଏବଂ ପରେ ଏହି ଯାତ୍ରା ପାଇଁ ଅର୍ଥ ଦେଇପାରିବେ । ଯାତ୍ରୀମାନେ ବିମାନ, ହୋଟେଲ, ଛୁଟିଦିନ ବୁକିଂ ଇତ୍ୟାଦି ପାଇଁ ରିହାତି ମଧ୍ୟ ପାଇପାରିବେ ।

ଲୋକେନ୍ଦ୍ର ସାଇନି କହିଛନ୍ତି ଯେ, ବିଏନପିଏଲ ଉତ୍ପାଦ ଅନୁଯାୟୀ ଯାତ୍ରୀମାନେ କୋୖଣସି ଟଙ୍କା ନ ଦେଇ ଦେଶ ତଥା ବିଦେଶ ଯାତ୍ରା କରିପାରିବେ ଏବଂ ନିଜ ପସନ୍ଦର ଯେକୌଣସି ସ୍ଥାନ ପରିଦର୍ଶନ କରିପାରିବେ। ଏହା ମାଧ୍ୟମରେ ବିମାନ, ବସ୍, ହୋଟେଲ ଇତ୍ୟାଦି ବୁକିଂ ସହଜରେ କରାଯାଇପାରିବ ଏବଂ ଯାତ୍ରା ପରେ ଦେୟ ପ୍ରଦାନ କରାଯାଇପାରିବ ।

Get real time updates directly on you device, subscribe now.