fbpx

ଆନ୍ଧ୍ରରେ ବନ୍ୟା ବିତ୍ପାତ, ମୃତ୍ୟୁ ସଂଖ୍ୟା ୨୪ ଛୁଇଁଲା; ଅନେକ ସଂଖ୍ୟାରେ ନିଖୋଜ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଚର୍ତୁଦ୍ଦିଗ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ମୁଷଳଧାରରେ ବର୍ଷା କାରଣରୁ ଅନେକ ସ୍ଥାନରେ ପାଣି ଜମି ହୋଇ ରହିଛି । ବିଭିନ୍ନ ସହର ରାସ୍ତା ଘାଟ ନଦୀର ଭ୍ରମ ସୃଷ୍ଟି କରିଛି । ଏସବୁ କାରଣରୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଆନ୍ଧ୍ରରେ ଏବେ ବ୍ୟା ପରିସ୍ଥିତି ଉପୁଜିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଛି । ଏହାସହିତ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି । କଡ଼ପ୍ପା ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଅଚାନକ ବନ୍ୟା ଆସିବା ଫଳରେ ୧୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ସେହିପରି ଅନନ୍ତପୁରରେ ବର୍ଷା କାରଣରୁ ଉପୁଜିଥିବା ପରିସ୍ଥିତିରେ ୭ ଜଣ ଓ ଚିତୁର ଜିଲ୍ଲାରେ ୪ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବିଭିନ୍ନ ତଳିଆ ଅଞ୍ଚଳରେ ଫସିରହିଥିବା ଲୋକଙ୍କୁ ବର୍ତ୍ତମାନ ଉଦ୍ଧାର କରାଯାଉଛି । ରେସ୍କୁ ଟିମ୍ ଲୋକଙ୍କ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସରକାର ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ।

ଆନ୍ଧ୍ରର ଅନେକ ଜିଲ୍ଲାରେ ହଠାତ୍ ବନ୍ୟା ଆସିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅନେକ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ଯାନବାହାନ ଆଦି ଭାସିଯାଇଛି । ୧,୫୪୪ଟି ଘର କ୍ଷତିଗ୍ରସ୍ତ ହେବା ସହିତ ୩.୪ ହେକ୍ଟର୍ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି । ଖାଲି ସେତିକି ନୂହେଁ ଶହ ଶହ ଗୃହପାଳିତ ପଶୁ ପାଣିରେ ଭାସି ଯାଇଛନ୍ତି । ସ୍ଥିତି ଏତେ ପରିମାଣରେ ଜଟିଳ ହୋଇଛି ଯେ, ଦୁଇ ମହଲା ଘର ଜଳରେ ଚାହୁଁ ଚାହୁଁ ଭାସିଯାଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.