fbpx

ବାତ୍ୟା ଯୋଗୁଁ ଯାଜପୁରର ୩ ବ୍ଲକରେ ପଶିଲା ବନ୍ୟାପାଣି

Advertisement

ଯାଜପୁର(ଓଡିଶା ଭାସ୍କର): ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ଯାଜପୁର ଓ ଦଶରଥପୁର ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଥିବା କୋରାଇ ବ୍ଲକର ମୁକୁନ୍ଦପୁର ଓ ବନ୍ଦାଳ ପଞ୍ଚାୟତରେ ପଶିଛି ବନ୍ୟାପାଣି । ବର୍ଷା ଓ ବୈତରଣୀ ବନ୍ୟାରେ ବ୍ୟାପକ ଚାଷଜମି ଜଳମଗ୍ନ ଅବସ୍ଥାରେ ରହିଛି । ସୁରକ୍ଷିତ ସ୍ଥାନକୁ ଯିବା ଲାଗି ଲୋକଙ୍କୁ ସଚେତନ କରିଛି ପ୍ରଶାସନ ।

ତେବେ ବଲ୍ଲଭୀ ଘାଟରେ ବିପଦ ସଙ୍କେତ ୧୩.୩୪ ମିଟର ଥିବା ବେଳେ ଜଳସ୍ତର ୧୩.୬୮ ମିଟର ରହିଛି । ସେହିପରି ଦଶରଥପୁରରେ ବିପଦ ସଙ୍କେତ ୯.୫୨ ମିଟର ଥିବା ବେଳେ ସେଠାରେ ଜଳସ୍ତର ୧୧.୫୮ ମିଟର ରହିଛି ।

ଅନ୍ୟପଟେ ଭଦ୍ରକ ଆଖୁଆପଦାରେ କମୁଛି ବୈତରଣୀ ନଦୀର ଜଳସ୍ତର କିନ୍ତୁ ଟଳିନି ବିପଦ । ଏବେ ବି ବିପଦ ସଂକେତ ଉପରେ ବୈତରଣୀର ଜଳସ୍ତର । ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ୧୮.୯୦ ମିଟର ରହିଛି । ଗତକାଲି ରାତିରେ ବୈତରଣୀର ଜଳସ୍ତର ୧୮.୯୮ ମିଟର ଥିଲା ।

Get real time updates directly on you device, subscribe now.