FM ଛାତ୍ରୀ ଜଳିଯିବା ଘଟଣାରେ ବଡ଼ ଖୁଲାସା, ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍।

ବାଲେଶ୍ୱର: FM ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା। ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା। ପାଖ ପେଟ୍ରୋଲ ପମ୍ପକୁ ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ଛାତ୍ରୀ। ସାମ୍ନାକୁ ଆସିଲା ସାଇକେଲ ନେଇ ଯିବା ବେଳର ସିସିଟିଭି ଫୁଟେଜ୍।

ନିଜେ ପେଟ୍ରୋଲ ଆଣି ନିଜ ଦେହରେ ଢ଼ାଳି ହୋଇ ଦିଆସିଲି ମାରିଦେଇଥିଲେ ଏଫ.ଏମ୍ ମୃତ ଛାତ୍ରୀ। ଅବଶ୍ୟ ଏହି ଘଟଣାରେ ତାଙ୍କୁ ସାହାଯ୍ୟ କରିଥିବା ନେଇ ପୋଲିସ ସେହି କଲେଜର ୨ ଜଣଙ୍କୁ ଗିରଫ କରିଛି।

କିନ୍ତୁ ପେଟ୍ରୋଲକୁ ନେଇ ଯେଉଁ ସସପେନ୍ସ ଥିଲା ଏବେ ତା ଉପରୁ ପରଦା ଉଠିଛି। ମୃତ ଛାତ୍ରୀ ଜଣକ ନିଜେ ପେଟ୍ରୋଲ ଆଣି ନିଜ ଦେହରେ ନିଆଁ ଲଗାଇଥିବା ଘଟଣା ଏକ ପ୍ରକାର ସ୍ପଷ୍ଟ ହୋଇଛି।