fbpx

କୃଷକଙ୍କ ଲାଗି ପଶୁଧନ ହେବ ଆୟର ବଡ ମାଧ୍ୟମ, ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଚାରା ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ପଶୁମାନଙ୍କୁ ଭଲ ଓ ଗୁଣବତ୍ତା ବିଶିଷ୍ଟ ଆହାର ଦେବା ପାଇଁ ମୋଦୀ ସରକାର ଚାରା ବ୍ୟାଙ୍କ ନିର୍ମାଣ କରିବାକୁ ଯାଉଛନ୍ତି । ଗାଈ, ମଇଁଷି,ଛେଳି, ଗଧ, ଓଟ, ଘୋଡା ଆଦି ବିଭିନ୍ନ ପଶୁଙ୍କ ସଂଖ୍ୟା ହିସାବରେ ଚାରା ବ୍ୟାଙ୍କ ନିର୍ମାଣ କରାଯିବ । ଗତ କିଛିଦିନ ତଳେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି । କେନ୍ଦ୍ର ମତ୍ସ୍ୟ ପାଳନ, ପଶୁ ପାଳନ ଓ ଡାୟରୀ ମନ୍ତ୍ରୀ ପୁରୁଷୋତ୍ତ ରୂପାଲା ବୁଧବାର କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ପଶୁଧନଙ୍କ ଲାଗି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଦେଶର ଚାରି ଦିଗରେ ଚାରା ବ୍ୟାଙ୍କ ଖୋଲିବାକୁ କହିଛନ୍ତି । ଆଗାମୀ ଦିନରେ ଦେଶରେ ଶ୍ୱେତ କ୍ରାନ୍ତି ଆଣିବାକୁ ଚାରା ବ୍ୟାଙ୍କ ନିର୍ମାଣ କରାଯିବ ।

ବୁୁଧବାର ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଚାରା ସଂଗୋଷ୍ଠୀରେ ମନ୍ତ୍ରୀ ଏ ବିଷୟରେ ସୂଚନା ଦେଇଛନ୍ତି । ରୂପାଲା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ବୈଜ୍ଞାନିକ ଉପାୟରେ ଦେଶରେ ଚାରା ବ୍ୟାଙ୍କ ନିର୍ମାଣ କରାଯିବ । ପଶୁଧନ କ୍ଷେତ୍ରରେ ଖୁବ୍ ଶୀଘ୍ର ଏକ ନୂଆ ନୀତି ଆସିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କୃଷକଙ୍କ ଲାଗି ଆଗାମୀ ଦିନରେ ପଶୁଧନକୁ ଆୟର ମାଧ୍ୟମ କରିବାକୁ ଯାଉଛନ୍ତି । ଏଥିପାଇଁ ପଶୁଙ୍କ ଚାରା ବିଷୟରେ ବି ଭାବିବା ଉଚିତ ଓ ସେମାନଙ୍କୁ ଉଚିତ ଗୁଣବତ୍ତାବିଶିଷ୍ଟ ଚାରା ଦେବା ଉଚିତ । ଏଥିରେ ଘରୋଇ କୌଶଳ ସହିତ ବିଦେଶୀ କୌଶଳ ବି ଉପଯୋଗ କରାଯିବ । ଏଥିପାଇଁ ଦେଶର ଚାରି ଦିଗରେ ଚାରା ବ୍ୟାଙ୍କ ପ୍ରତିଷ୍ଠା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.