fbpx

ଏହି ଉପାୟ ନ କଲେ ପ୍ରେମିକା ଜମା ପଟିବନି

ଓଡ଼ିଶା ଭାସ୍କର: ବ୍ୟକ୍ତିଗତ ଜୀବନରେ ସମସ୍ତେ କାହାକୁ ନା କାହାକୁ ପସନ୍ଦ କରିଥାନ୍ତି । ତେବେ ପସନ୍ଦ କରୁଥିବା ଲୋକଙ୍କୁ ଇମ୍ପ୍ରେସ କରିବାରେ ସମସ୍ତେ ପ୍ରଭାବିତ ହୋଇନଥାନ୍ତି । ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏପରିକି ବେଳେବେଳେ ପରିଶ୍ରମ ମଧ୍ୟ ବୃଥା ଯାଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଲାଇଫ୍ କୋଚ୍ ଫ୍ରାନ୍ସେସ୍କା କିଛି ଟିପ୍ସ ପ୍ରଦାନ କରିଛନ୍ତି । ଏହି ଟିପ୍ସ ଦ୍ୱାରା ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇଯାଇଥାଏ । ଏହି ଟିପ୍ସ ଗୁଡିକ ମଣିଷର ମନସ୍ତତ୍ୱ ସହିତ ଜଡିତ ବୋଲି ଫ୍ରାନ୍ସେସ୍କା କହିଛନ୍ତି ।

ବେଞ୍ଜାମିନ ଫ୍ରାଙ୍କଲିନ୍ ଇଫେକ୍ଟ: ଆପଣ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ଉପରେ ଆପଣ ଏହି ଫର୍ମୂଲାର ଉପଯୋଗ କରି ପାରିବେ । ଯାହାକୁ ଆପଣ ପସନ୍ଦ କରନ୍ତି ତାଙ୍କର ସାହାଯ୍ୟ ମାଗନ୍ତୁ । ଏହାଦ୍ୱାରା ସାମ୍ନାରେ ରହିଥିବା ବ୍ୟକ୍ତି ଆପଣଙ୍କୁ ନିଜର ଫ୍ୟାନ୍ ବୋଲି ଭାବିଥାଏ । ଏହାକୁ ମନସ୍ତତ୍ୱରେ ବେଞ୍ଜାମିନ ଫ୍ରାଙ୍କଲିନ୍ ଇଫେକ୍ଟ ବୋଲି କୁହାଯାଇଥାଏ । ଛୋଟ ଛୋଟ ଜିନିଷରେ ସହାୟତା ମାଗିବା ଦ୍ୱାରା ଆପଣ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସାମ୍ନା ଲୋକ ମନରେ ଧାରଣା ସୃଷ୍ଟି ହୋଇଥାଏ ବୋଲି ଫ୍ରାନ୍ସେସ୍କା କହିଛନ୍ତି ।

ନାଁ ଧରି ଡାକନ୍ତୁ: ସର୍ବଦା ଆପଣ ପସନ୍ଦ କରୁଥିବା ଲୋକକୁ ନାଁ ଧରି ଡାକନ୍ତୁ । ନିଜ ନାଁ ଅନ୍ୟ ମୁହଁରୁ ଶୁଣିବା ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ଯେତେବେଳେ ଆପଣ କଥା ହେଉଛନ୍ତି ତେବେ ଉତ୍ତର ଦେବା ପୂର୍ବରୁ କିଛି ସେକେଣ୍ଡ ପ୍ରତୀକ୍ଷା କରନ୍ତୁ ବୋଲି ଫ୍ରାନ୍ସେସ୍କା କହିଛନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ଉତ୍ତର ସାମ୍ନା ବାଲାଙ୍କୁ ପ୍ରଭାବିତ କରିଥାଏ । ଏହା ଦ୍ୱାରା ଆପଣ ସାମ୍ନା ବାଲାଙ୍କ କଥା ମଧ୍ୟ ଶୁଣିଥାନ୍ତି ଯାହା ତାଙ୍କୁ କିଛି ମାତ୍ରାରେ ପ୍ରଭାବିତ କରିଥାଏ ।

ଆଚରଣର ନକଲ କରନ୍ତୁ: ଆପଣ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ହାବ ଭାବ(ବଡି ଲାଙ୍ଗୁଏଜ୍)ର ନକଲ କରନ୍ତୁ । ଏପରି କରିବା ଦ୍ୱାରା ସାମ୍ନା ବାଲାଙ୍କୁ ଅନୁଭବ ହୁଏ କି ଆପଣ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ଆଉ ସେ ଆପଣଙ୍କ ଉପରେ ବିଶ୍ୱାସ ମଧ୍ୟ କରିଥାନ୍ତି । ସର୍ବଦା ପସନ୍ଦ କରୁଥିବା ବ୍ୟକ୍ତିଙ୍କ ଭଲ ଗୁଣ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସମୟ ସମୟରେ ପ୍ରଶଂସା ମଧ୍ୟ କରନ୍ତୁ । ଏହା ଦ୍ୱାରା ପସନ୍ଦ କରୁଥିବା ବ୍ୟକ୍ତି ଇମ୍ପ୍ରେସ ହେବା ସହିତ ତାଙ୍କ ମନରେ ଆପଣଙ୍କର ଏକ ଭଲ ଛବି ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.