ଭୁବନେଶ୍ୱର: ତାତି ଅଧିକ ବଢ଼ିଲେ ଛୁଟି ହେବ ଅଙ୍ଗନବାଡ଼ି । ଛୋଟ ପିଲାଙ୍କ ପାଇଁ ହୋମ୍ ଡେଲିଭରି ହେବ ରନ୍ଧା ଖାଦ୍ୟ ।
ସୂଚନା ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ । ଅଂଶୁଘାତ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଆରମ୍ଭ ହେବାକୁ ଯାଉଛି । ଖରା ବଢ଼ିବା ସହ ଅଂଶୁଘାତ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।