fbpx

ଅବସାଦ ଏବଂ ଚିନ୍ତାର କାରଣ ହୋଇପାରେ ହରମୋନ୍‌, ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

Advertisement

ଆଜିକାଲି ବଦଳୁଥିବା ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ହରମୋନାଲ ଅସନ୍ତୁଳନର ମୁଖ୍ୟ କାରଣ ଅଟେ । ଶରୀରକୁ ସୁସ୍ଥ ଏବଂ ରୋଗ ମୁକ୍ତ ରଖିବା ପାଇଁ ହରମୋନର ବିଶେଷ ଗୁରୁତ୍ୱ ରହିଛି । ଏଥିମଧ୍ୟରୁ ଡୋପାମାଇନ୍ ହରମୋନ(Dopamine Hormone) ଅନ୍ୟତମ । ଡୋପାମାଇନ୍ ହରମୋନ ହେଉଛି ଏକ ଖୁସି ବା ହାପି ହରମୋନ । ଏହା ନ୍ୟୁରୋଟ୍ରାନ୍ସମିଟର ଭଳି କାର୍ଯ୍ୟ କରିଥାଏ ଯାହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ଏହି ହରମୋନର କାମ ହେଉଛି ମାନସିକ ଏକାଗ୍ରତା ବୃଦ୍ଧି କରିବା । ଏହା ଶାରୀରିକ କାର୍ଯ୍ୟକଳାପ ପାଇଁ ମଧ୍ୟ ଦାୟୀ ଅଟେ । ଆମ ମସ୍ତିଷ୍କରେ ଡୋପାମାଇନ୍ ସ୍ୱାଭାବିକ ଭାବେ ଉତ୍ପନ୍ନ ହୋଇଥାଏ । ଏହାର ଅଭାବରୁ ବ୍ୟକ୍ତିକୁ ଥକା ଲାଗିବା, ଏକାଗ୍ରତା ହ୍ରାସ ହେବା. ନିଦ୍ରାହୀନତା ଆଦି ସମସ୍ୟ ଦେଖା ଦେଇଥାଏ । ବ୍ୟକ୍ତି ଜଣଙ୍କ ସବୁବେଳେ ଚାପଗ୍ରସ୍ତ ରହିବା ସହ ଡିପ୍ରେସନର ଶିକାର ହୋଇଥାନ୍ତି । ହରମୋନ ଅସନ୍ତୁଳନକୁ ସୁଧାରିବା ପାଇଁ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଡୋପାମାଇନ୍ ସ୍ତରକୁ ବୃଦ୍ଧି କରିବା ପାଇଁ ଡାଏଟ୍ ଚାର୍ଟରେ କେଉଁ ୫ଟି ପାୱାର ଫୁଡ୍ସ ସାମିଲ କରିବା ଉଚିତ :

– ଡ୍ରାଏଫ୍ରୁଟ୍ସ: ଭିଟାମିନ ‘ବି୬’ରେ ଭରପୁର ଥାଏ ଡ୍ରାଏଫ୍ରୁଟ୍ସ । ଏହା ଡୋପାମାଇନ୍ ଉତ୍ପାଦନରେ ମସ୍ତିଷ୍କକୁ ସାହାଯ୍ୟ କରିଥାଏ । ୱାଲନଟ୍ ଏବଂ ହାଜେଲ ନଟରେ ଭିଟାମିନ ‘ବି୬’, ‘ଡିଏଚ୍‌ଏ’ ଏବଂ ‘ଓମେଗା ୩ ଫ୍ୟାଟି ଏସିଡ଼ ରହିଛି ଯାହା ଡୋପାମାଇନ୍ ସ୍ତରକୁ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ ।

– ଦୁଗ୍ଧ ଜାତୀୟ ଖାଦ୍ୟ: ଦହି, ପନୀର, ଛେନା ଭଳି ଦୁଗ୍ଧ ଜାତୀୟ ଖାଦ୍ୟ Tyramine ଏବଂ ପ୍ରୋବାୟୋଟିକଯୁକ୍ତ ଅଟେ ଯାହା ଡୋପାମାଇନ୍ ସ୍ତରକୁ ବୃଦ୍ଧି କରିଥାଏ । ଦୁଗ୍ଧ ଜାତୀୟ ଖାଦ୍ୟର ନିୟମିତ ସେବନ ଦ୍ୱାରା ଡୋପାମାଇନ୍ ସ୍ତର ନିୟନ୍ତ୍ରିତ ରହିଥାଏ ।
– ସବୁଜ ପନିପରିବା: ବିଭିନ୍ନ ପ୍ରକାର ଶାଗ, କୋବି, ମୂଳା, ବିନ୍‌, ସୋୟାବିନ୍ ଭଳି ମୌସୁମୀ ପନିପରିବା ଖାଦ୍ୟରେ ସାମିଲ କରିପାରିବା । ଏଥିରେ ଥିବା ଟାଇରୋସିନ୍ ଡୋପାମାଇନର ଉତ୍ପାଦନକୁ ବୃଦ୍ଧି କରିଥାଏ ।

– କଫି: କଫିରେ ଥିବା କାଫେନ୍ ମସ୍ତିଷ୍କର ସ୍ନାୟୁ ଖୋଲିଥାଏ । କଫ ଡୋପାମାଇନ୍ ସ୍ତରକୁ ବୃଦ୍ଧି କରିଥାଏ । କଫି ପିଇଲା ପରେ ଆମେ ଖୁସି ଅନୁଭବ କରିଥାଉ ।

– ଡାର୍କ ଚକଲେଟ୍‌: ଡାର୍କ ଚକଲେଟ ଖାଇବା ଦ୍ୱାରା ଶରୀରରେ ଭଲ ହରମୋନ ସକ୍ରିୟ ହୋଇଥାଏ । ଡ଼ାର୍କ ଚକଲେଟ ଖାଇବା ପରେ ଡୋପାମାଇନ୍ ହରମୋନ ନିର୍ଗତ ହୋଇଥାଏ । ଏହା ଆମ ମୁଡ଼କୁ ଭଲ କରିଥାଏ ।

 

Get real time updates directly on you device, subscribe now.