fbpx

ମ୍ୟାଚ୍ ବେଳେ ଫୁଟବଲରଙ୍କୁ ଆସିଲା ହାର୍ଟ ଆଟାକ୍, ଗ୍ରାଉଣ୍ଡରେ ହିଁ ହୋଇଗଲା ମୃତ୍ୟୁ; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଖେଳ ଜଗତରୁ ଏକ ଖୁବ୍ ଦୁଃଖଦାୟକ ଖବର ସାମନାକୁ ଆସିଛି । ଫୁଟବଲ୍ ଗ୍ରାଉଣ୍ଡରେ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ଖେଳାଳୀଙ୍କର ହାର୍ଟ ଆଟାକ୍ କାରଣରୁ ସ୍ପଟ୍ ରେ ହିଁ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଆଲଜେରିଆରେ ଠାରେ ହୋଇଥିବା ଜଣାପଡ଼ିଛି । ତେବେ ଯେଉଁ ଖେଳାଳୀଙ୍କର ଗ୍ରାଉଣ୍ଡରେ ହିଁ ଏହିଭଳି ଭାବରେ ମୃତ୍ୟୁ ହୋଇଛି ସେ ହେଉଛନ୍ତି Sofiane Loukar  । ସେକେଣ୍ଡ ଡିଭିଜନ୍ ମ୍ୟାଚ୍ ସମୟରେ ସେ ନିଜ ଟିମ୍ ର ଜଣେ ଗୋଲକିପରଙ୍କ ସହିତ ଧକ୍କା ହୋଇଯାଇଥିଲେ । ଯାହାପରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ପରେ ସେ ମୃତ୍ୟୁବରଣ କରିଥିଲେ ।

ସୂଚନା ଅନୁସାରେ, ଆଲଜେରିଆରେ ଲିଗ୍-୨ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିଲା । ଏଥିରେ MouLoudia Saida ଓ ASM Oran କ୍ଲବ୍ ମଧ୍ୟରେ ଖେଳ ଚାଲିଥିଲା । ତେବେ MouLoudia Saida  କ୍ଲବ୍ ତରଫରୁ Sofiane Loukar   ଖେଳୁଥିଲେ । ତେବେ ସେ ୨୮ ବର୍ଷ ବୟସରେ ଜୀବନ ହାରିଛନ୍ତି । ତାଙ୍କର ମଇଦାନକୁ ଆସିବାର ୧୦ ମିନିଟ ପରେ ହାର୍ଟଆଟାକ୍ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ମ୍ୟାଚ୍ ସ୍ଥଗିତ କରାଯାଇଛି ।

Get real time updates directly on you device, subscribe now.