fbpx

ଆପଣ ବିଛଣା ଉପରେ ବସି ଭୋଜନ କରୁଛନ୍ତି କି? ତୁରନ୍ତ ବଦଳାନ୍ତୁ ଏହିସବୁ ଅଭ୍ୟାସ, ନଚେତ୍ ହୋଇଯିବେ କାଙ୍ଗାଳ

Advertisement

ଆମମାନଙ୍କ ମଧ୍ୟରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନେକ ସମୟରେ ବିଛଣା ଉପରେ ଖାଇଥାନ୍ତି । ସମୋନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସରେ ମଧ୍ୟ ପରିଣତ ହୋଇଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ବିଛଣା ଉପରେ ଖାଇବା ଦ୍ୱାରା ଆମର କଣ କ୍ଷତି ହୋଇଥାଏ । ତେବେ ଶାସ୍ତ୍ର ଅନୁସାରେ ବିଛଣା ଉପରେ ଖାଦ୍ୟ ଗ୍ରହଣ କରିବା ଉଚତ୍ ନୁହେଁ । ଏପରି କିରବା ଦ୍ୱାରା ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏତତ୍ ବ୍ୟତୀତ ଆମର ଏପରି ବି କିଛି ଖରାପ ଅଭ୍ୟାସ ଅଛି ଯାହାରସ ପରିଣାମ ସ୍ୱରୂପ ଆମକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହିସବୁ ଅଭ୍ୟାସ ବିଷୟରେ…

ଏହି ଅଭ୍ୟାସ କାରଣରୁ ଭୋଗିବାକୁ ପଡେ ଅନେକ ସମସ୍ୟା:

ରାତିରେ କପଡା ସଫା କରନ୍ତୁ ନାହିଁ: ଯଦି ଆପଣଙ୍କର ରାତିରେ କପଡା ଧୋଇବାର ଅଭ୍ୟାସ ଅଛି ତେବେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ନଚେତ୍ ଆପଣଙ୍କୁ ଅନେକ ମସସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ବାସ୍ତ୍ରୁ ଶାସ୍ତ୍ର ଅନୁସାରେ ରାତିରେ କପଡା ସଫା କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଏଥିସହିତ ଧୀରେ ଧୀରେ ଘରୁ ସୁଖ, ଶାନ୍ତି ଓ ସମୃଦ୍ଧି ଦୂର ହୋଇଥାଏ । ଯାହାଫଳରେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ।

ସୂର୍ଯ୍ୟାସ୍ତ ପରେ କାହାକୁ ଉଧାର ଦିଅନ୍ତୁ ନାହିଁ : ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ କାହାକୁ ବି ଭୁଲରେ ଟଙ୍କା ଉଧାର ଦିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କର ଋଣ ବୋଝ ବଢିବାର ଲାଗିଥାଏ । ଫଳରେ ଆପଣଙ୍କୁ ସର୍ବଦା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେଣୁ ଏପରି ଅଭ୍ୟାସ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ: ରାତିରେ ଖାଦ୍ୟ ଖାଇସାରିବା ପରେ କେବେ ବି ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏପରି କିରବା ଦ୍ୱାରା ମା ଅନ୍ନପୂର୍ଣ୍ଣାଙ୍କ କୋପ ଦୃଷ୍ଟି ପଡିଥାଏ । ଫଳରେ ଘରେ ସର୍ବଦା ଅଶାନ୍ତି ଲାଗି ରହିବା ସହ ଖାଦ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ତେଣୁ ଏପରି ଅଭ୍ୟାସ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

ବିଛଣାରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ : ବିଛଣା ଉପରେ କେବେ ବି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ ହୋଇଥାଏ ଏବଂ ଘରେ ନକରାତ୍ମକ ଶକ୍ତିର ପେରବେଶ ହୋଇଥାଏ । ଫଳରେ ଅନେକ ସମସ୍ୟା ଦେଖା ଦେବା ସହ ଅର୍ଥିକ ସଂକଟ ମଧ୍ୟ ଦେଖାଦିଏ । ତେଣୁ ବିଛଣାରେ ଖାଇବାର ଅଭ୍ୟାସ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

Get real time updates directly on you device, subscribe now.