fbpx

ପୋଷା କୁକୁରକୁ ନେଇ ବିବାଦ: ରାଗରେ ପଡ଼ୋଶୀଙ୍କୁ ଗୁଳି ଚଳାଇଲେ ଯୁବକ

ମୁଜାଫରପୁର, ୨୩ା୧: ପୋଷା କୁକୁରକୁ ନେଇ ସୃଷ୍ଟି ହୋଇଥିବା ସାଧାରଣ ବିବାଦକୁ ନେଇ ଗୁଳିମାଡ଼ ହୋଇଛି । ତେବେ ଏହି ଘଟଣାରେ ଜଣେ ୧୯ ବର୍ଷୀୟ ଯୁବକ ଆହତ ହୋଇଥିବା ଜଣାପଡ଼ିଛି । ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ବିହାରର ମୁଜାଫରନଗର ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଗୁଳିମାଡ଼ରେ ୧୯ ବର୍ଷୀୟ ବିସିଏ, ଛାତ୍ର କେଶବ କୁମାରଙ୍କ ଦୁଇ ଗୋଡ଼ରେ ୫ ରାଉଣ୍ଡ ଗୁଳିମାଡ଼ ହୋଇଛି । କେଶବଙ୍କ ପୋଷା କୁକୁରଟି ଜଣେ ପଡ଼ୋଶୀଙ୍କ ଘରେ ପ୍ରବେଶ କରିଥିଲା । ପଡ଼ୋଶୀ ଯୁବକ ଜଣକ କୁକୁରକୁ ତୁରନ୍ତ ଘଉଡ଼ାଇ ଦେଇଥିଲେ । ପଡ଼ୋଶୀଙ୍କ ହାତରେ ଏକ ବାଡ଼ି ଦେଖି କୁକୁର ତାଙ୍କ ପାଖକୁ ପୁନର୍ବାର ଯିବା ଫଳରେ ପଡ଼ୋଶୀ ଜଣକ ପାଟି କରି ହଙ୍ଗାମା ମଚାଇଥିଲେ ।

ଏହି ଘଟଣାର କିଛି ସମୟ ପରେ କେଶବ ଗହମ ପେଷିବାକୁ ଦୋକାନକୁ ଯିବା ସମୟରେ ପଡ଼ୋଶୀ ଜଣଙ୍କ ପିସ୍ତଲରେ କେଶବଙ୍କୁ ମୁଣ୍ଡକୁ ଆଘାତ କରିବା ସହ ଗୁଳିମାଡ଼ କରିଥିଲେ । ଏଥିସହ କେଶବଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ତେବେ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.