fbpx

ବିରଳ ରୋଗ ପାଇଁ ମୁହଁରେ ଉଠିଲା ମାତ୍ରାଧିକ ଚୁଟି: ନିକଟକୁ ଆସିବାକୁ ଭୟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ବେଳେବେଳେ ଲୋକମାନେ ଏପରି ଅଜଣା ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଯେ, ଡାକ୍ତର ସେହି ରୋଗ ବିଷୟରେ କିଛି ଜାଣି ପାରନ୍ତି ନାହିଁ । ଫଳରେ ପିଡ଼ିତ ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ତେବେ ଏଭଳି ଏକ ଅଜଣା ରୋଗରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଧ୍ୟପ୍ରଦେଶର ରତଲାମର ବାସିନ୍ଦା ଲଳିିତଙ୍କୁ ୱରୱଲ୍ଫ ସିଣ୍ଡ୍ରୋମ ରହିଛି । ଏହି ରୋଗ ଦ୍ୱାରା ଶରୀରରେ ଚୁଟି ଆବଶ୍ୟକତା ଠାରୁ ଅଧିକ ବଢିଥାଏ । ଏପରି ପରିସ୍ଥିତିରେ ତାଙ୍କ ଚେହେରା ଭୟଙ୍କର ଦେଖାଯାଇଥାଏ ।

୧୭ ବର୍ଷୀୟ ଲଲିତ ପାଟିଦାର ଏକ ବିରଳ ରୋଗରେ ପୀଡିତ ଅଛନ୍ତି । ଯେଉଁଥି ପାଇଁ ତାଙ୍କ ମୁହଁରେ ଚୁଟି ୫ସେମି ପର୍ଯ୍ୟନ୍ତ ବଢିଥିବା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ନନ୍ଦଲେଟା ଗାଁର ଲଳିତ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ପଚାଶ ଜଣଙ୍କ ମଧ୍ୟରୁ ଜଣେ ।

ସୂଚନା ଅନୁସାରେ ଲଳିତ କହିଛନ୍ତି ଯେ, ସେ ଜଣେ ସାଧାରଣ ପରିବାରରୁ ଆସିଛନ୍ତି, ତାଙ୍କ ବାପା ଜଣେ କୃଷକ ଏବଂ ସେ ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଛନ୍ତିି । ସେ ମଧ୍ୟ ତାଙ୍କ ବାପାଙ୍କୁ ତାଙ୍କ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିବା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଛୋଟ ପିଲାମାନେ ତାଙ୍କର ଏଭଳି ଅବସ୍ଥାକୁ ଦେଖି ଡରି ଯାଉଥିଲେ ଏବଂ ସେ ପିଲାଦିନେ ଏହା ବୁଝି ପାରିନଥିଲେ କିନ୍ତୁ ବଡ ହେବା ପରେ ସେ ଅନୁଭବ କରିଥିଲେ ଯେ ତାଙ୍କ ଅବସ୍ଥା ଅନ୍ୟ ସମସ୍ତଙ୍କ ଭଳି ନୁହେଁ ।

 

Get real time updates directly on you device, subscribe now.