fbpx

‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ବିଶ୍ୱର ଧନୀ ତାଲିକାର ୧୦ମ ସ୍ଥାନରେ ମୁକେଶ ଅମ୍ବାନୀ, ଏହି ସ୍ଥାନରେ ରହିଲେ ଗୌତମ ଆଦାନୀ

ମୁମ୍ବାଇ: ପ୍ରକାଶ ପାଇଛି ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ । ଏଥର ପୁଣିଥରେ ବାଜି ମାରି ନେଇଛନ୍ତି ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏଥିରେ ୧୦ ସ୍ଥାନ ହାସଲ କରିଛନ୍ତି ମୁକେଶ ଅମ୍ବାନୀ । ସୂଚନାଯୋଗ୍ୟ ଭାରତୀୟ ଶେୟାର ବଜାରରେ ବୃଦ୍ଧି କାରଣରୁ ୨୦୨୧ ଫୋର୍ବସ ତାଲିକାରେ ସାମିଲ ଭାରତର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମଗ୍ର ସମ୍ପତ୍ତି ବୃଦ୍ଧି ପାଇ ୭୭୫ ଆରବ ଡଲାରରେ ପହଞ୍ଚି ସାରିଛି ।

ଚଳିତ ବର୍ଷ ୮୦ ପ୍ରତିଶତରୁ ଅଧିକ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି । ୨୦୨୧ ଫୋର୍ବସ ତାଲିକାରେ ୧୦୦ ଧନୀ ଭାରତୀୟଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ଶୀର୍ଷ ସ୍ଥାନ ହାସଲ କରିଥିଲେ । ତେବେ ଚଳିତ ଥର କେବଳ ନୁହେଁ ବରଂ ଗତ ୨୦୦୮ ମସିହା ପରଠାରୁ ମୁକେଶ ଅମ୍ବାନୀ ଭାରତର ଧନୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ରହି ଆସୁଛନ୍ତି । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୯୨.୭ ଅରବ ଡଲାର । ଫୋର୍ବସ ତାଲିକାର ୧୧ତମ ସ୍ଥାନରେ ଅଛନ୍ତି ଗୌତମ ଅଦାନୀ । ତେବେ ତୃତୀୟ ଥର ପାଇଁ ସେ ଏହି ସ୍ଥାନ ହାସଲ କରି ଆସୁଛନ୍ତି । ତାଙ୍କ ସମଗ୍ର ସମ୍ପତ୍ତିରେ ତିନି ଗୁଣା ବୃଦ୍ଧି ହୋଇଛି । ତାଙ୍କର ସମଗ୍ର ସମ୍ପତ୍ତି ୨୫.୨ ଅରବ ଡଲାରରୁ ବୃଦ୍ଧି ହୋଇ ୭୪.୮ ଅରବ ଡଲାରରେ ପହଞ୍ଚିଛି ।

Get real time updates directly on you device, subscribe now.