fbpx

ଜଣେ ବ୍ୟକ୍ତି ନେଇ ଥିଲେ ୯୦ ଡୋଜର କରୋନା ଟିକା: ଶେଷରେ ପୋଲିସ ହାତରେ ଧରାପଡି କହିଲେ ଏମିତି

ନୂଆଦିଲ୍ଳୀ: କିଛି ଦିନ ପୂର୍ବରୁ ବିହାରର ଜଣେ ବ୍ୟକ୍ତି ୧୨ ଡୋଜର କରୋନା ଟିକା ନେଇଥିବାର ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଜର୍ମାନୀର ଜଣେ ବ୍ୟକ୍ତି ୯୦ ଡୋଜର କରୋନା ଟିକା ନେବା ସହିତ ସମସ୍ତଙ୍କ ହୋସ ଉଡାଇ ଦେଇଛନ୍ତି । ୬୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ୯୦ ଡୋଜର ଟିକା ନେଇଥିବା ବେଳେ ସେ ଅନ୍ୟ ମାନଙ୍କୁ ଟିକାକରଣର ସାର୍ଟିଫିକେଟ ବିକ୍ରି କରୁଥିଲେ । ଯେଉଁ ବ୍ୟକ୍ତି ଟିକା ନେବାକୁ ଚାହୁଁନଥିବେ ତାଙ୍କ ସ୍ଥାନରେ ଯାଇ ଟିକା ନେବା ସହିତ ଏହି ବ୍ୟକ୍ତି ଜଣକ ଉକ୍ତ ସାର୍ଟିଫିକେଟକୁ ବିକ୍ରି କରୁଥିଲେ ।

ଜର୍ମାନୀର ଇଷ୍ଟର୍ଣ୍ଣ ଷ୍ଟେଟ୍ ଅଫ୍ ସାକ୍ସୋନୀରେ ଏହି ଘଟଣା ଘଟିଛି । ରବିବାର ଟିକା ଦେବାକୁ ଯାଇଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି । ମାଜବର୍ଗରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ପ୍ରକାଶ ହୋଇନଥିବା ବେଳେ କ୍ରମାଗତ ଦ୍ୱିତୀୟ ଦିନରେ ସମାନ ସେଣ୍ଟରକୁ ଟିକା ଦେବାକୁ ଯାଇ ସେ ଧରାପଡିଥିଲେ ।

ଜର୍ମାନୀ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲେ ହେଁ ତାଙ୍କୁ ଅଟକ ରଖାଯାଇଛି । ଇଷ୍ଟର୍ଣ୍ଣ ଷ୍ଟେଟ୍ ଅଫ୍ ସାକ୍ସୋନୀର ଏଲିନବର୍ଗ ଟିକାକରଣ କେନ୍ଦ୍ରକୁ ଲଗାତାର ଦୁଇ ଦିନ ଟିକାକରଣ ପାଇଁ ଯାଇଥିବା ବେଳେ ଧରାପଡିଥିଲେ । ପୋଲିସ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଏକାଧିକ ଖାଳି ଭ୍ୟାକ୍ସିନେସନ କାର୍ଡ ମଧ୍ୟ ଜବତ କରିଛି । ଉଲ୍ଲେଖଯୋଗ୍ୟ ଯେ, ଜର୍ମାନୀରେ ସାଧାରଣ ସ୍ଥାନରେ ବୁଲିବା ପାଇଁ ଟିକାକରଣ ସାର୍ଟିଫିକେଟ ବାଧ୍ୟତାମୂଳକ ଥିବା ବେଳେ ଟିକା ନ ନେବାକୁ ଚାହୁଁଥିବା ଲୋକ ଏହି ସାର୍ଟିଫିକେଟ କିଣୁଥିଲେ ।

Get real time updates directly on you device, subscribe now.