fbpx

ବିଦେଶୀ ଫଣ୍ଡିଙ୍ଗ ମାମଲା: ବିବିସି ବିରୋଧରେ ଇଡିର ଆକ୍ସନ, FEMA ଅଧିନରେ ମାମଲା ଦାଖଲ

Advertisement

ନୂଆଦିଲ୍ଲୀ: କିଛି ଦିନ ହେବ ନ୍ୟୁଜ୍ ବ୍ରଡକାଷ୍ଟର ବିବିସି ଇଣ୍ଡିଆର ଅସୁବିଧା ବଢିଚାଲିଛି। ବିଦେଶୀ ଅର୍ଥ ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ଅନୁଯାୟୀ, ଇଡିରେ ବିବିସି ଇଣ୍ଡିଆ ବିରୋଧରେ ମାମଲା ପଞ୍ଜୀକୃତ ହୋଇଛି।

ଅନୁସନ୍ଧାନକାରୀ ସଂସ୍ଥା FEMA ର ବ୍ୟବସ୍ଥା ଅନୁଯାୟୀ, କିଛି ବିବିସି ଅଧିକାରୀଙ୍କଠାରୁ ଦଲିଲ ଏବଂ ବିବୃତ୍ତିର ରେକର୍ଡିଂ ମଧ୍ୟ ମଗାଯାଇଛି। କମ୍ପାନୀ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (ଏଫଡିଆଇ) ଉଲ୍ଲଂଘନ ବିଷୟରେ ମଧ୍ୟ ଇଡି ଯାଞ୍ଚ କରୁଛି।

କିଛି ମାସ ପୂର୍ବେ ଗୁଜୁରାଟ ଦଙ୍ଗା ଉପରେ ଡକ୍ୟୁମେଣ୍ଟାରୀକୁ ନେଇ ବିବିସି ବିବାଦ ଘେରକୁ ଆସିଥିଲା। ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଉପରେ କେନ୍ଦ୍ର ସରକାର ବାରଣ କରିଥିଲେ। ଗତ ବର୍ଷ ଆୟକର ବିଭାଗ ବିସିସିଆଇର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ମଧ୍ୟ ସର୍ଚ୍ଚ କରିଥିଲା। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଏବଂ ଆୟକର କର୍ତ୍ତୃପକ୍ଷ କହିଛନ୍ତି ଯେ, ବିବିସି ଗ୍ରୁପର ବିଭିନ୍ନ ସଂସ୍ଥା ଦ୍ୱାରା ଦେଖାଯାଇଥିବା ଆୟ ଏବଂ ଲାଭ ଭାରତରେ ସେମାନଙ୍କ କାର୍ଯ୍ୟର ପରିମାଣ ସହିତ ସମାନ ନୁହେଁ। ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ବିସିସିଆଇ ଇଣ୍ଡିଆ ଏହି ଟିକସ ଦେଇ ନାହିଁ।

Get real time updates directly on you device, subscribe now.