ବାଂଲାଦେଶରେ ପହଞ୍ଚିଲେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ହିନ୍ଦୁମାନଙ୍କୁ ଆକ୍ରମଣ ପ୍ରସଙ୍ଗ ଉପରେ କଲେ ଆଲୋଚନା

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାରଦିନ ବାଂଲାଦେଶରେ ପହଞ୍ଚିଛନ୍ତି। ଅଗଷ୍ଟରେ ବାଂଲାଦେଶୀ ପିଏମ ହସିନାଙ୍କ ସରକାର ପରେ କୌଣସି ସିନିୟର ଭାରତୀୟ ଅଧିକାରୀଙ୍କ ଏହା ପ୍ରଥମ ଗସ୍ତ। ତାଙ୍କର ଏହି ଗସ୍ତରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ପ୍ରସଙ୍ଗ ସହ ଜଡିତ। ସେ ବାଂଲାଦେଶ ପହଞ୍ଚିବା ପରେ ସେଠାକାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୂସ, ଫରିନ ଅଫେୟର୍ସ ଆଡଭାଇଜର ମହମ୍ମଦ ତୌହୀଦ ହୁସୈନ ଏବଂ ନିଜ ବାଂଲାଦେଶୀ ସମକକ୍ଷ ମହମ୍ମଦ ଜଶୀମୁଦ୍ଦୀନଙ୍କ ସହ ଭିନ୍ନ-ଭିନ୍ନ ମିଟିଙ୍ଗ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ଏହି ବୈଠକରେ ବୈଦେଶିକ ସଚିବ ଏକ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ, ପ୍ରୋଗ୍ରେସିବ ଗଣତାନ୍ତ୍ରିକ ଏବଂ ସମାବେଶୀ ବାଂଲାଦେଶଖୁ ନେଇ ଭାରତର ସମର୍ଥନକୁ ହୋହରାଛନ୍ତି।

ସୂଚନାନୁଯାୟୀ, ବୈଦେଶିକ ସଚିବ ଏହି ଭିନ୍ନ-ଭିନ୍ନ ବୈଠକରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ସମୟରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ସହ ଜଡିତ ଭାରତର ଚିନ୍ତାଗୁଡ଼ିକ ସହ ଭାରତ ଏବଂ ବାଂଲାଦେଶର ସଂପର୍କ ସମେତ ଅହୁରି ଅନେକ ପ୍ରସଙ୍ଗ ଉଠାଇଛନ୍ତି। ଆସନ୍ତୁ ଜାଣିବା ଏହି ବିଷୟରେ..

ବୈଦେଶିକ ସଚିବ ବୈଠକ ସମୟରେ ବାଂଲାଦେଶରେ ହିନ୍ଦୁଙ୍କ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ହିଂସା ଆକ୍ରମଣ, ଧାର୍ମିକ ସ୍ଥଳରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇବା ଘଟଣାର ପ୍ରସଙ୍ଗ ଉଠାଇଛନ୍ତି। ସେ ଏହା ଉପରେ ଚିନ୍ତା ଜାରି କରି କହିଛନ୍ତି ଯେ, ସଂଖ୍ୟାଲଘୁଙ୍କ ସୁରକ୍ଷା ନିଶ୍ଚିତ କରିବାର କଥା କହିଛନ୍ତି।

ବିକ୍ରମ ମିଶ୍ରୀ ନିଜ ବୈଠକରେ ବିଗତ ଦିନରେ ଇସ୍କନ ସହ ଜଡ଼ିତ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଏବଂ ତାଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଦାଶଙ୍କ ଗିରଫଦାରୀ ମାମଲାକୁ ନିରପେକ୍ଷ ଭାବେ ଦେଖିବା ଲାଗି ସେ ଆବେଦନ କରିଥିଲେ। ବାଂଲାଦେଶ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହି ପ୍ରସଙ୍ଗକୁ ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛି।