ବିରଜା ମନ୍ଦିରରେ ଧସେଇ ପଶିଲେ ବିଦେଶୀ ପର୍ଯ୍ୟଟକ, ମନାକରିବାରୁ ଏମିତି କଲେ

ବିରଜା ମନ୍ଦିରରେ ପଶିଗଲେ ବିଦେଶୀ

ଯାଜପୁର: ବିରଜା ମନ୍ଦିରରେ ଧସେଇ ପଶିଗଲେ ବିଦେଶୀ ପର୍ଯ୍ୟଟକ। ସୂଚନାନୁଯାୟୀ, ୮ରୁ ୧୦ ଜଣ ମହିଳା ଏବଂ ପୁରୁଷ ଧସେଇ ପଶିଯାଇଛନ୍ତି ମନ୍ଦିରରେ।

ବେଢା ପରିକ୍ରମା ସହ ମନ୍ଦିର ଛୁଇଁ ମୁଣ୍ଡିଆ ମାରିଛନ୍ତି। ଯେମିତି ଏହି ବିଦେଶୀମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ସେତେବେଳେ ସଙ୍ଗେ ସଙ୍ଗେ ପୋଲିସ ଏମାନଙ୍କୁ ମନା କରିଥିଲା। ମନା କରିବାରୁ ପୋଲିସ ସହ ବିଦେଶୀ କଥା କଟାକଟି କରିଛନ୍ତି।