fbpx

(Video) ବିଶ୍ୱକପ ପରାଜୟକୁ ଭୁଲି ନୂଆ ଆରମ୍ଭ କର… ଭାରତର ଡ୍ରେସିଂ ରୁମରେ ପହଞ୍ଚି ସାନ୍ତ୍ୱନା ଦେଲେ ମୋଦୀ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ । ଭାରତକୁ ୬ ୱିକେଟରେ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱକପରେ ଚମ୍ପିଆନ୍ ପାଲଟିଛି ଅଷ୍ଟ୍ରେଲିଆ । ତେବେ ଏହି ପରାଜୟ ପରେ ସାରା ଭାରତବାସୀଙ୍କ ଆଖି ଲୁହରେ ଭରି ଯାଇଛି । କେବଳ ଭାରତୀୟ ନୁହେଁ, ଟିମ ଇଣ୍ଡିଆର କ୍ରିକେଟରମାନେ ମଧ୍ୟ ଆଖିରୁ ଲୁହକୁ ରୋକି ପାରି ନାହାନ୍ତି । ରୋହିତ, ବିରାଟ ଏବଂ ସିରାଜଙ୍କ ସମେତ ସମସ୍ତ ଖେଳାଳିଙ୍କୁ କାନ୍ଦୁଥିବାର ଦେଖିଛି ସାରା ବିଶ୍ୱ । ତେବେ ଏହି ମ୍ୟାଚ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ପହଞ୍ଚି ଖେଳାଳିମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ବିଶ୍ୱକପରେ ଟିମ ଇଣ୍ଡିଆ ହାରିବା ପରେ ଡ୍ରେସିଙ୍ଗ ରୁମ ନିସ୍ତବ୍ଧ ହୋଇ ପଡ଼ିଥିଲା । ସମସ୍ତେ ଆଖିରେ ପରାଜୟର ଲୁହ ଏବଂ ଛାତିରେ କୋହକୁ ଚାପି ରଖି ଅବାକ୍ ହୋଇ ବସି ରହିଥିଲେ । ତେବେ ଏହି ଦୁଃଖରେ ନିଜକୁ ସାମିଲ କରିବାକୁ ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାଡେଜା, ଶାମୀଙ୍କ ଏବଂ ଅନ୍ୟ ଖେଳାଳିମାନଙ୍କ ସହ କଥା ହୋଇ ସେମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜାଡେଜା ଏବଂ ଶାମୀ ପ୍ରଧାନମନ୍ତ୍ରୀଙ୍କ ସହ ନିଜ ନିଜର ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଜାଡେଜାଙ୍କ ସହ ହାତ ମିଳାଇଥିବା ବେଳେ ଶାମୀଙ୍କୁ କୁଣ୍ଢାଇ ପକାଇ ସାନ୍ତ୍ୱନା ଦେଇଛନ୍ତି ମୋଦୀ ।

PM Modi : ఫైన‌ల్‌లో ఓట‌మి.. టీమ్ఇండియా డ్రెస్సింగ్ రూమ్‌లో ప్ర‌ధాని మోదీ.. | Pm narendra modi visit to indian dressing room after loss to australia in world cup final-10TV Telugu

ଏହି ସମୟର ଏକ ଫଟୋ ସେୟାର କରି ଶାମୀ ଲେଖିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଆଜି ଦିନଟି ଆମର ନଥିଲା । ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ଏବଂ ଶାମୀଙ୍କୁ ସମର୍ଥନ କରିଥିବାରୁ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ମହମ୍ମଦ ଶାମୀ । ଏହାସହିତ ପ୍ରଧାନମନ୍ତ୍ରୀ ଡ୍ରେସିଙ୍ଗ ରୁମକୁ ଆସି ଦଳର ଉତ୍ସାହ ବଢାଇଥିବାରୁ ତାଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ତେବେ ଦଳ ଖୁବଶୀଘ୍ର ପୁଣି କମବ୍ୟାକ କରିବ ବୋଲି ପ୍ରତିଶ୍ରୁତି ଦେଇ ଶାମୀ ଏହି ପୋଷ୍ଟ କରିଛନ୍ତି ।

ସେହିପରି ଅଲରାଉଣ୍ଡର ଜାଡେଜା ମଧ୍ୟ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ମୋଦୀଙ୍କ ସହ ଭେଟ କରିବାର ଏକ ଫଟୋ ସେୟାର କରି ଜାଡେଜା ଲେଖିଛନ୍ତି ଯେ, ଆମର ଟୁର୍ଣ୍ଣାମେଣ୍ଟ ଖୁବ ଭଲ ଥିଲା । କିନ୍ତୁ କାଲି ଆମେ ହାରିଗଲୁ । ସମସ୍ତଙ୍କ ମନାରେ ଦୁଃଖ ଭରି ରହିଥିଲେ ମଧ୍ୟ ଭାରତବାସୀଙ୍କ ସମର୍ଥନ ଆମକୁ ଉତ୍ସାହ ଦେଉଛି । ପ୍ରଧାନମନ୍ତ୍ରୀ କାଲି ଡ୍ରେସିଙ୍ଗ ରୁମରେ ପହଞ୍ଚି ଆମକୁ ସାନ୍ତ୍ୱନା ଦେଇ ଉତ୍ସାହ ବଢାଇଛନ୍ତି ।

Get real time updates directly on you device, subscribe now.