fbpx

ଦିଲ୍ଲୀ ନିର୍ବାଚନ ପୂର୍ବରୁ ସ୍ମୃତି ଇରାନୀଙ୍କୁ ବିଜେପିର ନୂଆ ଦାୟିତ୍ୱ, ଜାଣନ୍ତୁ ଦଳର କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ:ଦିଲ୍ଲୀରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ବିଜେପିର କାର୍ଯ୍ୟକଳାପରେ ଆମେଥିର ପୂର୍ବତନ ସାଂସଦ ସ୍ମୃତି ଇରାନୀ ଅଂଶଗ୍ରହଣ କରୁଛନ୍ତି । ସେ ଜାତୀୟ ରାଜଧାନୀରେ ଦଳୀୟ ସଦସ୍ୟତା ଅଭିଯାନ ସହ ଜଡିତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରଜଣ କରୁଥିବା ଦେଖିବାକୁ ମିଳିଛି ।

ଏହି ସମୟରେ ଦଳର ନେତାମାନେ କହିଛନ୍ତି ଯେ, ସେମାନଙ୍କୁ ଦିଲ୍ଲୀର ୧୪ଟି ଜିଲ୍ଲା ୟୁନିଟ୍ ମଧ୍ୟରୁ ସାତଟିରେ ସଦସ୍ୟତା ଅଭିଯାନର ତଦାରଖ ଦାୟିତ୍ୱ ପ୍ରଦାନ କରାଯାଇଛି । ସୁଚନାନୁଯାୟୀ, ସ୍ମୃତି ଇରାନୀ ଦକ୍ଷିଣ ଦିଲ୍ଲୀରେ ଏକ ଘର କିଣିଛନ୍ତି ଯାହା ଦିଲ୍ଲୀରେ ପାର୍ଟୀ କାର୍ଯ୍ୟକଳାପରେ ତାଙ୍କର ଯୋଗଦାନକୁ ଦର୍ଶାଉଛି ।

ବିଜେପିର ଜଣେ ନେତା ପିଟିଆଇ ଭାଷାରେ କହିଛନ୍ତି ଯେ, ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟୀକୁ ବିଜେପିର ସ୍ମୃତି ଇରାନୀ କଡ଼ା ଟକ୍କର ଦେଇପାରିବେ । ବିଜେପି ୨୦୨୦ର ବିଧାନସଭା ନିର୍ବାଚନରେ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ ଘୋଷଣା ନ କରି ନିର୍ବାଚନ ଲଢିଥିଲା । ସେ ଆଗକୁ କହିଛନ୍ତି ଯେ, ପାର୍ଟୀ ୭୦ରୁ ଆଠଟି ସିଟ ଜିତିବାରେ ସଫଳ ହୋଇଥିଲା, ଅନ୍ୟ ସମସ୍ତ ସିଟରେ ଆପ୍ ବିଜୟ ହାସଲ କରିଥିଲା ।

ବିଜେପିର ଦିଲ୍ଲୀ ୟୁନିଟର ଅନ୍ୟ ଜଣେ ନେତା କହିଛନ୍ତି ଯେ, ଯଦି ଆସନ୍ତା ସପ୍ତାହରେ ନିର୍ବାଚନ ପାଇଁ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଥା ଆସେ, ତେବେ ଦାୟିତ୍ବ ପାଇଁ ଉପଯୁକ୍ତ ନେତାଙ୍କ ବିଷୟରେ ସ୍ୱାଭାବିକ ପ୍ରଶ୍ନ ଉଠିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ପରିସ୍ଥିତିରେ ସ୍ମୃତି ଇରାନୀଙ୍କ ସହ ସାଂସଦ ମନୋଜ ତିୱାରୀ ଏବଂ ବନସୁରୀ ସ୍ୱରାଜ, ବିଜେପି ଦିଲ୍ଲୀର ୟୁନିଟ୍ ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ପଶ୍ଚିମ ଦିଲ୍ଲୀର ପୂର୍ବତନ ସାଂସଦ ପ୍ରଭେଶ ଭର୍ମା ଏହି ଭୂମିକା ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରନ୍ତି।

Get real time updates directly on you device, subscribe now.