fbpx

ବଡ଼ ଖବର BJDରୁ ଦୂରେଇ ଗଲେ ଆକାଶ ଦାସନାୟକ: ଦଳରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ବିଜୁ ଜନତା ଦଳର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରୁ ୨୦୧୪ ମସିହାର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହାସହିତ ବିଜେଡିର ‘ମୋ କଲେଜ’ ଅଭିଯାନରେ ସେ ଚେୟାରମ୍ୟାନ୍ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । କିନ୍ତୁ ବର୍ତ୍ତମାନ ଦଳରୁ ଇସ୍ତଫା ଦେଇଛନ୍ତି ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ । ଗତ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିବା ବେଳେ ଏଥର ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ।

Get real time updates directly on you device, subscribe now.