fbpx

YSR କଂଗ୍ରେସ ପାର୍ଟିରେ ଯୋଗଦେଲେ ହେଲେ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡ଼ୁ

Advertisement

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ମାହୋଲ ସେହି ମାତ୍ରାରେ ଚଞ୍ଚଳଚଞ୍ଚଳ ହେବାରେ ଲାଗିଛି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ୍ ଆଦି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ନିଜ ସଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡ଼ୁ ୱାଇଏସଆର କଂଗ୍ରେସ ପାର୍ଟିରେ ସାମିଲ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ରାୟୁଡ଼ୁ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ନାରାୟଣ ସ୍ୱାମୀ ଓ ସାଂସଦ ପେଡ୍ଡିରେଡ୍ଡୀ ମିଥୁନ ରେଡ୍ଡୀ ରାୟୁଡ଼ୁଙ୍କୁ ଦଳରେ ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ ଯେ, ରାୟୁଡ଼ୁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ସହିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରୁ ମଧ୍ୟ ଅବସର ନେଇ ସାରିଛନ୍ତି । ଘରୋଇ କ୍ରିକେଟରେ ସେ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦ ତରଫରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ । ୨୦୧୯ ବିଶ୍ୱକପ ଦଳରେ ସ୍ଥାନ ନ ମିଳିବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ସେ ମୋଟ ୫୫ଟି ଦିନିକିଆ ଖେଳି ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହିତ ୧୬୯୪ ରନ୍ ସଂଗ୍ରହ କରିଥିଲେ । ସେହିପରି ୬ଟି ଟି-୨୦ ଅନ୍ତର୍ଜାତୀୟ ଖେଳି ୪୨ ରନ୍ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.