fbpx

ଆତ୍ମହତ୍ୟା କଲେ ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍ ଜନସନ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖଦ ଖବର । ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍ ଜନସନ୍ ଆଉ ନାହାନ୍ତି । କର୍ଣ୍ଣାଟକର ଏହି ବାମହାତୀ ବୋଲର ୫୨ ବର୍ଷ ବୟସରେ ଆତ୍ମହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିଛି । ଡେଭିଡ୍ ଏକ ପ୍ରାଇଭେଟ ଆପାର୍ଟମେଣ୍ଟରୁ ୪ର୍ଥ ମହଲାରୁ ତଳକୁ ଡେଇଁ ଜୀବନ ହାରିଥିବା କୁହାଯାଉଛି । ତେବେ ଅବସାନ କାରଣରୁ ଡେଭିଡ୍ ଏଭଳି ଏକ ବଡ଼ ପଦକ୍ଷେପ ନେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଖବର ପାଇ କୋଥାନୁର ପୋଲିସ ଘଟଣାସ୍ଥରେ ପହଞ୍ଚିବା ସହ ଶବକୁ ଜବତ କରି କ୍ରିସ୍କେଣ୍ଟ ହସ୍ପିଟାଲକୁ ନେଇଥିଲା ।

୧୯୭୧ ମସିହା ଅକ୍ଟୋବର ୧୬ ତାରିଖରେ ଜନ୍ମିତ ଡେଭିଡ ଭାରତ ତରଫରୁ ୧୯୯୦ ଦଶକରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ସେ ଜଣେ ପେସ୍ ବୋଲର ଭାବେ ଇଣ୍ଟରନ୍ୟାସନାଲ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ ମସିହାରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ସେ ନିଜର କ୍ୟାରିୟରରେ କେବଳ ୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଡେଭିଡଙ୍କ ଅଚାନକ ବିୟୋଗରେ କ୍ରୀଡ଼ା ଜଗତ ସହ ଜଡ଼ିତ ଅନେକ ବରିଷ୍ଠ କ୍ରୀଡ଼ାବିତ, ପ୍ରଶାସକ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଅନିଲ କୁମ୍ବଲେଙ୍କ ସମେତ ଅନେକ କ୍ରିକେଟର ଡେଭିଡଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆପାର୍ଟମେଣ୍ଟର ଚତୁର୍ଥ ମହଲରୁ ଖସିପଡ଼ିବା ପରେ ତାଙ୍କର ମାନସିକ ଅବସ୍ଥା ଭଲ ନଥିଲା ବୋଲି କୁହାଯାଉଛି । ତେଣୁ ସେଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ସେ ଦିନିକିଆରେ ଖେଳିବାର ସୁଯୋଗ ପାଇ ନଥିଲେ । ସେ ଘରୋଇ କ୍ରିକେଟରେ କର୍ଣ୍ଣାଟକ ତରଫରୁ ପ୍ରତିନିଧିତ୍ୱ କରିଥିଲେ । ସେ ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୨୫ଟି ୱିକେଟ ଓ ୩୩ଟି ଟେଷ୍ଟ ମ୍ୟାଚ ଖେଳି ୪୧ଟି ୱିକେଟ ହାସଲ କରିଥିଲେ । ୨୦୧୫ରେ ସେ କର୍ଣ୍ଣାଟକ ପ୍ରିମିୟର ଲିଗରେ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.