fbpx

(Video)ଫାଇନାଲ ମ୍ୟାଚ ଦେଖିବାକୁ ଅହମ୍ମଦାବାଦରେ ପହଞ୍ଚିଲେ ସଚିନ ତେନ୍ଦୁଲକର

Advertisement

ଅହମ୍ମଦାବାଦ; ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ ର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହେବେ। ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଏବେ ଶେଷ ହୋଇ ସାରିଛି । ସମସ୍ତ କ୍ରିକେଟପ୍ରେମୀ ଏବେ ଅହମ୍ମଦାବାଦ ଷ୍ଟାଡିଅମ ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଫାଇନାଲ ମ୍ୟାଚକୁ ଦେଖିବାକୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି କ୍ରିକେଟ ଗଡ଼ ଫାଦର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ବର୍ତ୍ତମାନ ଅହମ୍ମଦାବାଦ ଏୟାରପୋର୍ଟ ଠାରେ ପହଞ୍ଚି ସାରିଥିବା ଦେଖିବାକୁ ମିଳିଛି ।

ଏହି ସମୟରେ ସଚିନ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି, ଆଜି ଫାଇନାଲରେ ଭାରତୀୟ ଦଳ ବିଜୟ ହାସଲ କରିବ । “ମୁଁ ମୋର ଶୁଭେଚ୍ଛା ଜଣାଇବାକୁ ଏଠାକୁ ଆସିଛି। ଆଶା କରେ, ଆମେ ଆଜି ଟ୍ରଫି ହାତେଇବୁ । ସମସ୍ତେ ଏହି ଦିନକୁ ଅପେକ୍ଷା କରିଥିଲେ।”

ସୂଚନା ଥାଉକି, ଦୀର୍ଘ ବର୍ଷ ହେବ ଭାରତୀୟ ଦଳ ଯେଉଁ ଲକ୍ଷ୍ୟରେ ରହିଥିଲା ଆଜି ସେହି ଦିନ ଆସି ପହଞ୍ଚିଛି । ୨୦୨୩ ବିଶ୍ୱକପ ଟାଇଟେଲ ହାତେଇବା ପାଇଁ ଭାରତୀୟ ଦଳର ଖେଳାଳି ମାନେ ନିଜକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଛନ୍ତି । ଅପରପକ୍ଷେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ମଧ୍ୟ ଟ୍ରଫି ହାତେଇବା ପାଇଁ ଭାରତକୁ କଡା ଟକର ଦେବ । ଯାହାକୁ ନେଇ ଆଜିର ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ହେବ ବୋଲି କୁହାଯାଉଛି । ଚଳିତ ମ୍ୟାଚରେ ଭାରତୀୟ ଦଳ ଏକଦମ ଫର୍ମରେ ରହିଥିବାରୁ ଭାରତର ହିଁ ବିଜୟ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.