fbpx

ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ପରଲୋକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ରବିବାର କରୋନାରେ ପରଲୋକ ଘଟିଛି । ସେ ଭାରତ ପାଇଁ ୧୯୫୨ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ୧୯୫୨ ଅଲିମ୍ପିକ୍‌ରେ ଭାଗ ନେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।

ସୂରତ ସିଂ ୧୯୫୨ ହେଲସିଙ୍କି କ୍ରୀଡ଼ାରେ ଅଲିମ୍ପିକ୍‌ ମାରାଥନ ଦୌଡ଼ ପୂରଣ କରିବାରେ ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍‌ ଥିଲେ । ୧୯୫୨ ଅଲିମ୍ପିକରେ ମାଥୁର୍‌ ମାତ୍ର ୨୨ ବର୍ଷର ଥିଲେ ଏବଂ ସେ ୨ ଘଣ୍ଟା ୫୮ ମିନିଟ୍‌ ୯.୨ ସେକେଣ୍ଡରେ ମାରାଥନ ପୂରଣ କରିଥିଲେ । ସେ ୫୨ତମ ସ୍ଥାନରେ ରହିଥିଲେ । ଦିଲ୍ଲୀରେ ୧୯୫୧ରେ ଅନୁଷ୍ଠିତ ପ୍ରଥମ ଏସିଆନ୍‌ ଗେମ୍ସରେ ମାଥୁର ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ବ୍ୟତୀତ ମାଥୁରନ ନିଜ ଛୋଟିଆ କ୍ୟାରିୟରରେ ଜାତୀୟ ଚାମ୍ପିୟନଶି ରେ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.